fbpx

ନକଲି ମସଲା ଉତ୍ପାଦନ କାରଖାନା ଉପରେ ଚଢାଉ, ଜଣେ ଅଭିଯୁକ୍ତ ଗିରଫ

କଟକ: ଦିନକୁ ଦିନ ବଢୁଛି ନକଲି ଖାଦ୍ୟ ଉତ୍ପାଦନ । ଶନିବାର ଦିନ କଟକ ମାଲଗୋଦାମ ସ୍ଥିତ ଏକ ନକଲି ମସଲା ପ୍ରସ୍ତୁତ କରୁଥିବା କାରଖାନା ଉପରେ କଟକ ମୁନିସିପାଲ କର୍ପୋରେସନ(ସିଏମସି) ଏବଂ ପୋଲିସ ମିଳିତ ଭାବରେ ଚଢାଉ କରିଛନ୍ତି । ତେବେ ଏହି ଘଟଣାରେ ଅଭିଯୁକ୍ତ ବ୍ୟବସାୟୀ ଅରୁଣ କୁମାର ଗନ୍ତାୟତକୁ ଗିରଫ କରାଯାଇଛି ।

ରିପୋର୍ଟ ଅନୁଯାୟୀ, ପୋଲିସ ଏବଂ ସିଏମସର ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ନେତୃତ୍ୱରେ ଏକ ମିଳିତ ଦଳ ନକଲି ସାମଗ୍ରୀ ବିଷୟରେ ଜାଣିବା ପରେ କାରଖାନା ଉପରେ ଚଢାଉ କରିଥିଲେ । କାରଖାନାରେ ଖୋଜାଖୋଜି ବେଳେ ଚାଉଳ, ହଳଦୀ ଗୁଣ୍ଡ, କୃତ୍ରିମ ରଙ୍ଗ, ରାସାୟନିକ ପଦାର୍ଥ ସହ ପ୍ରାୟ ୨୦ କୁଇଣ୍ଟାଲର ନକଲି ମସଲା ଜବତ କରାଯାଇଛି । ତେବେ ଜବତ ମସଲାର ମୂଲ୍ୟ ପ୍ରାୟ ୧୫-୨୦ଲକ୍ଷ ଟଙ୍କା ହେବା ନେଇ ଅନୁମାନ କରାଯାଉଛି ।

କଟକ ଜୋନ୧ ଏସିପି ଅରୁଣ କୁମାର ସ୍ୱାଇଁ ଦେଇଥିବା ସୂଚନା ଅନୁସାରେ, ଅଭିଯୁକ୍ତ ବ୍ୟବସାୟୀ ଗତ ପାଞ୍ଚ ମାସରୁ ଏହି ନକଲି ମସଲା ଉତ୍ପାଦନ କାରଖାନାକୁ ଚଲାଉଥିଲା । ଏହା ସହ ହୋଲସେଲ୍ ବଜାରରେ ନକଲି ଜିନିଷ ବିକ୍ରି କରୁଥିଲା । ଅଭିଯୁକ୍ତକୁ ଗିରଫ କରାଯାଇଛି ଏବଂ ତାଙ୍କ ସହ ଜଡିତ ଥିବା ଅନ୍ୟ ବ୍ୟବସାୟୀଙ୍କୁ ମଧ୍ୟ ପୋଲିସ ଯାଞ୍ଚ କରୁଛି ।

Get real time updates directly on you device, subscribe now.