ବେସିକ ଏଜୁକେସନ ଅଫିସର ହେଲେ ୯ମ ପାସ୍ କରିଥିବା ରିଙ୍କୁ ସିଂହ, ଜାଣନ୍ତୁ କେତେ ମିଳିବ ଦରମା
BSA ହେଲେ କ୍ରିକେଟର ରିଙ୍କୁ ସିଂହ
ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର ରିଙ୍କୁ ସିଂହଙ୍କୁ ୟୁପି ସରକାର ବେସିକ ଏଜୁକେସନ ଅଫିସର କରିଛନ୍ତି। କ୍ରିକେଟ ବ୍ୟତୀତ ବର୍ତ୍ତମାନ ରିଙ୍କୁ ସିଂହ ଶିକ୍ଷା କ୍ଷେତ୍ରରେ ନିଜ ଜିଲ୍ଲାରେ ସେବାଗୁଡ଼ିକ ପ୍ରଦାନ କରିବେ।
ଆଇପିଏଲ ୨୦୨୫ ପରଠାରୁ ରିଙ୍କୁ ସିଂହ ମଇଦାନଠାରୁ ଦୂରେଇ ରହିଛନ୍ତି। ଏହାରି ମଧ୍ୟରେ ସେ ସପା ସାଂସଦ ପ୍ରିୟା ସରୋଜଙ୍କ ସହ ନିର୍ବଦ୍ଧ କରିଛନ୍ତି। ଖୁବଶୀଘ୍ର ସେ ବିବାହ ବନ୍ଧନରେ ବାନ୍ଧି ହେବେ।
ସେହିପରି ରିଙ୍କୁ ସିଂହଙ୍କ ବେସିକ ଏଜୁକେସନ ଅଫିସର ହେବା ପରେ ପ୍ରଶ୍ନ ଉଠୁଛି ଯେ, ତାଙ୍କୁ ୟୁପି ସରକାର କେତେ ଟଙ୍କା ଦରମା ଦେବେ।
ରିଙ୍କୁ ସିଂହଙ୍କ କେତେ ପାଇବେ ଦରମା: କ୍ରିକେଟ ବ୍ୟତୀତ, ରିଙ୍କୁ ସିଂହ ଏବେ ସରକାରୀ ଚାକିରିରୁ ମଧ୍ୟ ଟଙ୍କା ରୋଜଗାର କରିବାକୁ ଯାଉଛନ୍ତି। ମୌଳିକ ଶିକ୍ଷା ଅଧିକାରୀ ହେବା ପରେ, ରିଙ୍କୁ ସିଂହଙ୍କୁ PF ଏବଂ ଜାତୀୟ ପେନସନ ଯୋଜନା ଭଳି ଯୋଜନାର ଲାଭ ମଧ୍ୟ ମିଳିବ।
ଯଦି ଆମେ ରିଙ୍କୁଙ୍କ ଦରମା ବିଷୟରେ କଥା ହେବା, ତେବେ ରିପୋର୍ଟ ଅନୁଯାୟୀ, BSA ହେବା ପରେ, ସେ ସରକାରଙ୍କଠାରୁ 57,562 ଟଙ୍କାରୁ 61,312 ଟଙ୍କା ପର୍ଯ୍ୟନ୍ତ ଦରମା ପାଇପାରିବେ।
କିନ୍ତୁ, ଯଦି ଆମେ ତାଙ୍କର ବେସିକ ଦରମା ବିଷୟରେ କଥା ହେବା, ତେବେ ଏହା 47,600 ଟଙ୍କା ହୋଇପାରେ। ଏହା ବ୍ୟତୀତ, ଯାତ୍ରା ଭତ୍ତା, DA ଏବଂ HRA ଭଳି ଖର୍ଚ୍ଚ ମଧ୍ୟ ରିଙ୍କୁଙ୍କ ଦରମାରେ ଅନ୍ତର୍ଭୁକ୍ତ ହେବ।