fbpx
BSKY
BJD SHG SKY
BJD YOUTH SKY

T-20 ଦଳରେ ରିଙ୍କୁ ସିଂହ ପାଇବେ ସୁଯୋଗ: ଉମେଶଙ୍କୁ ନେଇ BCCIର ବଡ ସୂଚନା!

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ଭାରତର ଟେଷ୍ଟ ଏବଂ ଦିନିକିଆ ଦଳ ଘୋଷଣା ହୋଇ ସାରିଛି । ଏହି ଗସ୍ତରେ ଭାରତୀୟ ଦଳର ଷ୍ଟାର ପେସ୍ ବୋଲର ଉମେଶ ଯାଦବଙ୍କୁ ଦଳରୁ ବାଦ୍ ଦିଆଯାଇଛି । ଯାହାକୁ ନେଇ ଅନେକ ଚର୍ଚ୍ଚା ଜୋର ଧରିଛି । ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚରେ ଖରାପ ପ୍ରଦର୍ଶନ ଯୋଗୁଁ ଉମେଶଙ୍କୁ ଦଳରୁ ଡ୍ରପ କରି ଦିଆଯାଇଥିବା ନେଇ ଆଲୋଚନା ହେବା ଆରମ୍ଭ ହୋଇ ଯାଇଛି । ତେବେ ଏ ନେଇ ବିସିସିଆଇ ତରଫରୁ ଏକ ସ୍ପଷ୍ଟ ସୂଚନା ଦିଆଯାଇଛି । ଏହାସହିତ ଆଇପିଏଲର ଯୁବ ତାରକା ରିଙ୍କୁ ସିଂହଙ୍କୁ ନେଇ ମଧ୍ୟ ଏକ ବଡ ଅପଡେଟ ସାମନାକୁ ଆସିଛି ।

ବିସିସିଆଇ ତରଫରୁ ମିଳିଥିବା ରିପୋର୍ଟ ଅନୁସାରେ, ଉମେଶ ଯାଦବଙ୍କୁ ଦଳରୁ ଡ୍ରପ କରାଯାଇ ନାହିଁ । ସେ ଆହତ ହୋଇଥିବା ନେଇ ସୂଚନା ଦେଇଛନ୍ତି ବିସିସିଆଇର ଜଣେ ଅଧିକାରୀ । ହାର୍ମଷ୍ଟ୍ରିଙ୍ଗ ଇଞ୍ଜୁରୀ କାରଣରୁ ଉମେଶ ଦଳରେ ସ୍ଥାନ ପାଇ ନଥିବା ବେଳେ ବର୍ତ୍ତମାନ ବେଙ୍ଗଲୁରୁର ଏନସିଏରେ ରହିଛନ୍ତି । ତେବେ କେବଳ ଉମେଶ ଯାଦବ ନୁହେଁ ଚେତେଶ୍ୱର ପୂଜାରାଙ୍କୁ ମଧ୍ୟ ଟିମ ଇଣ୍ଡିଆରୁ ଡ୍ରପ କରାଯାଇ ନାହିଁ । ଏହି ଷ୍ଟାର ଖେଳାଳିମାନଙ୍କ ପାଇଁ ସର୍ବଦା ଟେଷ୍ଟ ଦଳରେ ଟିମ ଇଣ୍ଡିଆର ଦ୍ୱାର ଖୋଲା ରହିଛି ବୋଲି ସେ କହିଛନ୍ତି । ତେଣୁ ଅଜିଙ୍କ୍ୟା ରାହାଣେଙ୍କ ଭଳି ଏମାନେ ମଧ୍ୟ କୌଣସି ମୁହୂର୍ତ୍ତରେ ଟେଷ୍ଟ ଟିମକୁ କମବ୍ୟାକ କରିପାରନ୍ତି ।

ସେହିପରି ଆଇପିଏଲରେ ଦମଦାର ପ୍ରଦର୍ଶନ କରିଥିବା ଉତ୍ତରପ୍ରଦେଶର ରିଙ୍କୁ ସିଂହଙ୍କୁ ନେଇ ମଧ୍ୟ ଏକ ବଡ ସୂଚନା ମିଳିଛି । ଆଇପିଏଲ-୨୦୨୩ରେ ଧମାକାଦାର ପ୍ରଦର୍ଶନ ଯୋଗୁଁ ତାଙ୍କୁ ଭାରତୀୟ ଦଳ ତରଫରୁ ଖୁବଶୀଘ୍ର ଡାକରା ମିଳିପାରେ । ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ପାଇଁ ଦଳରେ ସୁଯୋଗ ପାଇପାରନ୍ତି ରିଙ୍କୁ ସିଂହ । ଦଳରେ ତାଙ୍କର ଅଲରାଉଣ୍ଡ ପ୍ରଦର୍ଶନ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ରବିନ୍ଦ୍ର ଜାଡେଜାଙ୍କୁ ଖୁବ ସାହାଯ୍ୟ କରିବ ବୋଲି କୁହାଯାଉଛି ।

Get real time updates directly on you device, subscribe now.