fbpx
BJD SKY
BJD SKY

ବିଳମ୍ବିତ ରାତି ପର୍ଯ୍ୟନ୍ତ ପୁଅ ଦେଖୁଥିଲା ମୋବାଇଲ : ମାଆ ଗାଳି କରିବା ପରେ ଦେଇଦେଲା ଜୀବନ

BJD

ଉତ୍ତରପ୍ରଦେଶ : ଆଜିର ଦିନରେ ମୋବାଇଲ ବ୍ୟତୀତ କୌଣସି କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରିବ ନାହିଁ । କିନ୍ତୁ ଅତ୍ୟଧିକ ମୋବାଇଲ ବ୍ୟବହାର ଦ୍ୱାରା ଏହା ଖରାପ ଅଭ୍ୟାସରେ ପରିଣତ ହୋଇଯାଉଛି । ଏହି ଖରାପ ଅଭ୍ୟାସ ଅନେକ ସମୟରେ ଜୀବନ ଉପରେ ବିପଦ ଆଣିଥାଏ । ଏହିଭଳି ଏକ ହୃଦୟଥରା ମାମଲା ସାମ୍ନାକୁ ଆସିଛି । ଉତ୍ତରପ୍ରଦେଶରେ ଇଟାବା ଜନପଦରେ ଜଣେ ମହିଳା ତା ୧୬ ବର୍ଷର ପୁଅକୁ ମୋବାଇଲ ଚଳାଇବା ବେଳେ ଅଟକାଇବାରୁ ବାଳକ ଜଣକ ଆତ୍ମହତ୍ୟା କରିଛି ।

ସୂଚନା ଅନୁଯାୟୀ, ଘଟଣାଟି ୟୁପି ଇଟାବାର ସୈଫାଇ ଥାନା ଅନ୍ତର୍ଗତ କ୍ଷେତ୍ର ଗାଁରେ ବାସ କରିଥିବା ୧୬ ବର୍ଷର ବାଳକ ରାଜୁ ଦଶମ ଶ୍ରେଣୀରେ ପଢୁଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ମୋବାଇଲ ଚଳାଇବା କାରଣରୁ ରାଜୁର ମାଆ ତାକୁ ଗାଳି ଦେଇଥିଲେ ଏବଂ ଶୋଇବା ପାଇଁ କହି ପୁଅର ମୋବାଇଲକୁ ବନ୍ଦ କରି ଦେଇଥିଲେ । କିନ୍ତୁ ରାଜୁ ଅମାନ୍ୟ ହୋଇ ମୋବାଇଲ ଦେଖିବାର ଜିଦରେ ଅଟଳ ରହିଲେ, ଏହା ଦେଖି ମାଆ ରାଗି ଯାଇ ପୁଅକୁ ଏକ ଚାପୁଡ଼ା ମାରିଥିଲେ । ଏହାପରେ ରାଗି ମୋବାଇଲକୁ ତଳେ ଫିଙ୍ଗି ଦେଇ ନିଜକୁ ଗୋଟିଏ କୋଠରୀରେ ବନ୍ଦ କରି ଦେଇଥିଲା ରାଜୁ । ଅନେକ ସମୟ ପର୍ଯ୍ୟନ୍ତ କବାଟ ନଖୋଲିବାରୁ ରାଜୁର ମାଆ ଓ ସାନ ଭଉଣୀ ଯାଇ କବାଟକୁ ପିଟି ଡାକିଥିଲେ । କିନ୍ତୁ କୌଣସି ଉତ୍ତର ନ ମିଳିବାରୁ ପରିବାର ଲୋକେ ଝରକା ପଟରୁ ରାଜୁକୁ ଡାକିଥିଲେ ଏବଂ ଦେଖିଲେ ଯେ ସେ ତାଙ୍କ ମାଆଙ୍କ ଶାଢ଼ୀରେ ନିଜକୁ ପଙ୍ଖାରେ ଓହଳାଇ ଫାଶୀ ଦେଇ ଦେଇଛି । ବାଳକଟିର ମାଆ ଓ ଭଉଣୀ ପାଖ ପଡ଼ୋଶୀ ଲୋକଙ୍କୁ ଡାକି ରୁମର କବାଟ ଭାଙ୍ଗି ରାଜୁକୁ ଫାଶୀରୁ ତଳକୁ ଓ ଓହ୍ଳାଇ ତୁରନ୍ତ ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏହି ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ଶବକୁ ବ୍ୟବଚ୍ଛେଦ କରିବା ପାଇଁ ପଠାଇଲା । ପୋଲିସର ପଚରାଉଚରା ପରେ ଜଣାପଡିଲା ଯେ ୪ବର୍ଷ ପୂର୍ବେ ରାଜୁର ବାପାଙ୍କ ମୃତ୍ୟୁ ହୋଇଥିଲା । ବର୍ତ୍ତମାନ ତାଙ୍କ ପରିବାରକୁ ରାଜୁର କକା ଚଳାଉଛନ୍ତି ।

Get real time updates directly on you device, subscribe now.