fbpx
BSKY SKY
BSKY SKY

(Video) ବିଦ୍ୟୁତ୍ ମନ୍ତ୍ରୀ ହେବ ତ ଏପରି, ମୁଣ୍ଡରେ ବଲ୍‌ବ ଲଗାଇବା ମାତ୍ରେ ଜଳି ଉଠିଲା ! ହସ ରୋକିପାରିଲେନି ସିନ୍ଧିଆ

BSKY

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଶକ୍ତି ମନ୍ତ୍ରୀ ପ୍ରଦ୍ୟୁମ୍ନ ସିଂ ତୋମାର ଅନେକ ସମୟରେ ଚର୍ଚ୍ଚାରେ ରୁହନ୍ତି । ବେଳେବେଳେ ସେ ନିଜର ବୟାନ ପାଇଁ ତ’ ଆଉ କେତେବେଳେ ନିଜର ଖାସ୍ ଅନ୍ଦାଜକୁ ନେଇ ସୋସିଆଲ ମିଡିଆରେ ଭାଇରାଲ ହୋଇଥାନ୍ତି । ଏବେ ତାଙ୍କ ଶରୀରର ‘କରେଣ୍ଟ’ ଥିବା ଭିଡିଓ ଚର୍ଚ୍ଚାରେ ରହିଛି । ମନ୍ତ୍ରୀଙ୍କ ମୁଣ୍ଡରେ ବଲ୍ୱ ରଖାଯିବା ମାତ୍ରେ ତାହା ଜଳିଥିଲା । ଏହା ଦେଖି କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମେତ ସମସ୍ତେ ହସିବାକୁ ଲାଗିଥିଲେ । ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି । ତେବେ ଏହାକୁ ନେଇ ଆପଣ ଚିନ୍ତିତ ହୁଅନ୍ତୁ ନାହିଁ, କାରଣ ଏହା ଯାଦୁଗରଙ୍କ କମାଲ ।

ତେବେ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଦୁଇ ଦିନିଆ ଗସ୍ତରେ ଗ୍ୱାଲିଅରରେ ଥିଲେ । ଗ୍ୱାଲିଅର କୋଲି ସମାଜ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମଧ୍ୟପ୍ରଦେଶର ଶକ୍ତି ମନ୍ତ୍ରୀ ପ୍ରଦ୍ୟୁମ୍ନ ସିଂ ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଜଣେ ଯାଦୁଗରଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା । ଯାଦୁକର ଏକ କୌଶଳ ପ୍ରଦର୍ଶନ କରି ସିନ୍ଧିଆ ଏବଂ ତୋମରଙ୍କୁ ସ୍ୱାଗତ କରିଥିଲେ । ସେ ହାତରେ ବଲ୍ୱ ଧରି ଶକ୍ତି ମନ୍ତ୍ରୀଙ୍କ ନିକଟକୁ ଆସିଥିଲେ ଓ ଶକ୍ତି ମନ୍ତ୍ରୀଙ୍କ ମୁଣ୍ଡରେ କୌଣସି ତାର ଏବଂ ହୋଲ୍ଡର ବିନା ବଲ୍ୱ ରଖିଥିଲେ । କମାଲର କଥା କି, ମନ୍ତ୍ରୀଙ୍କ ମୁଣ୍ଡରେ ବଲବଟି ରଖୁ ରଖୁ ତାହା ଜଳି ଉଠିଥିଲା । ଏହା ଦେଖି କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମେତ ସମସ୍ତେ ହସିବାକୁ ଲାଗିଥିଲେ ।

କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ନିଜେ ବଲ୍ୱକୁ ନିଜ ହାତରେ ନେଇ ଆଲୋକିତ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଏହା ଆଲୋକିତ ହୋଇନଥିଲା । ତା’ପରେ ସେ ହସି ହସି ଯାଦୁକର ମୁଣ୍ଡରେ ବଲ୍ୱ ଲଗାଇଲେ କିନ୍ତୁ ଶକ୍ତି ମନ୍ତ୍ରୀଙ୍କ ଭଳି କରେଣ୍ଟ ଏଥିରେ ନଥିଲା । ଏହା ପରେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତ ଲୋକ କରତାଳି ଦେଇ କହିଥିଲେ ଯେ, ଶକ୍ତି ମନ୍ତ୍ରୀଙ୍କ ପାଖରେ କେତେ କରେଣ୍ଟ ଅଛି ତାହା ଆଜି ସମସ୍ତଙ୍କ ଜଣାପଡିଲା ।

 

Get real time updates directly on you device, subscribe now.