ମଦ ପାର୍ଟିରେ ଗଣ୍ଡଗୋଳ, ସାଙ୍ଗକୁ ହାଣି ପାଣିଟାଙ୍କିରେ ଫିଙ୍ଗି ଦେଲା ସାଙ୍ଗ
୫ ହଜାର ଟଙ୍କା ପାଇଁ ହତ୍ୟା। ମଦ ପାର୍ଟିରୁ ତୁମୁଳକାଣ୍ଡ। ତଣ୍ଟି କାଟି ନେଇଗଲା ସାଙ୍ଗର ଜୀବନ। ଶେଷରେ ହତ୍ୟା କରି ବନ୍ଧୁର ମୃତଦେହକୁ ପାଣି ଟାଙ୍କିରେ ଫୋପାଡ଼ି ଦେଲା ସାଙ୍ଗ।
ଉତ୍ତର ପ୍ରଦେଶ: ମଦ ପାର୍ଟିରୁ ତୁମୁଳକାଣ୍ଡ। ଟଙ୍କା କାରବାରରୁ ହତ୍ୟା। ସାଙ୍ଗ ସାଜିଲା ସଇତାନ। ତଣ୍ଟି କାଟି ନେଇଗଲା ସାଙ୍ଗର ଜୀବନ। ଶେଷରେ ହତ୍ୟା କରି ବନ୍ଧୁର ମୃତଦେହକୁ ପାଣି ଟାଙ୍କିରେ ଫୋପାଡ଼ି ଦେଲା।
ଏପରି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ମିରଟ ଜିଲ୍ଲାରେ। ଯେଉଁଠାରେ ଜଣେ ବ୍ୟକ୍ତିଙ୍କ ଗଳା କାଟି ହତ୍ୟା କରାଯାଇଛି। ଘଟଣାଟି ଏକ ମଦ ପାର୍ଟି ସମୟରେ ଘଟିଥିଲା।
ଯେତେବେଳେ ମୃତକ ଏବଂ ତାଙ୍କ ବନ୍ଧୁମାନଙ୍କ ମଧ୍ୟରେ ଟଙ୍କା କାରବାରକୁ ନେଇ ବିବାଦ ହୋଇଥିଲା। ସେତେବେଳେ ସାଙ୍ଗମାନେ ଯୁବକଙ୍କ ହତ୍ୟା କରିଥିଲେ।
୫ ହଜାର ଟଙ୍କା ପାଇଁ ହତ୍ୟା: କୁହାଯାଉଛି ଯେ ମୃତକଙ୍କର ଅଭିଯୁକ୍ତଙ୍କ ସହିତ ୫ହଜାର ଟଙ୍କାର କାରବାର ହୋଇଥିଲା। ଯାହା ପରେ ଝଗଡ଼ା ହୋଇ ହତ୍ୟାକାଣ୍ଡ ଘଟିଥିଲା।
ପରେ ପାଣିଟାଙ୍କିରେ ଫିଙ୍ଗି ଦେଇଥିଲେ। ହତ୍ୟା ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ପୋଲିସ ଏହି ସମ୍ପୂର୍ଣ୍ଣ ମାମଲାର ତଦନ୍ତ ଆରମ୍ଭ କରିଛି।
ପୋଲିସ ଏବଂ ଫୋରେନସିକ୍ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ପୋଲିସ ମୃତଦେହକୁ ନିଜ ହେପାଜତକୁ ନେଇଛି।
ଘଟଣା ପରେ ଆତଙ୍କ: ଯେଉଁଠାରେ ଏହି ଲୋକମାନେ ମଦ ପାର୍ଟି କରିଥିଲେ। ଏହି ଘଟଣା ପରେ ଅଞ୍ଚଳର ଲୋକମାନେ ଭୟଭୀତ ହୋଇଯାଇଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ମଦ୍ୟପାନ କରି ଯୁବକମାନେ କାହାକୁ ଆକ୍ରମଣ କରୁଛନ୍ତି। ରାସ୍ତାରେ ଯାଉଥିବା ଲୋକମାନେ ମଧ୍ୟ ହଇରାଣ ହେଉଛନ୍ତି।