ନୂଆଦିଲ୍ଲୀ: ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୮ତମ ସିରିଜ୍ ପାଇଁ ଅଧିନାୟକ ଘୋଷଣା କରିଛି ।
ଲକ୍ଷ୍ନୌ ସୁପର ଜାଏଣ୍ଟସର ମାଲିକ ସଞ୍ଜୀବ ଗୋଏଙ୍କା ନିଶ୍ଚିତ କରିଛନ୍ତି ଯେ ଆଇପିଏଲ ୨୦୨୫ରେ ଋଷଭ ପନ୍ତ ଦଳର ଅଧିନାୟକ ହେବେ ।
ଗତ ସିଜନ ପର୍ଯ୍ୟନ୍ତ କେଏଲ ରାହୁଲ ଲକ୍ଷ୍ନୌର ଅଧିନାୟକ ଥିଲେ, କିନ୍ତୁ ଆଇପିଏଲ୍ ୨୦୨୫ ନିଲାମ ପୂର୍ବରୁ ତାଙ୍କୁ ମୁକ୍ତ କରାଯାଇଥିଲା ।
ଆଇପିଏଲ୍ ୨୦୨୫ ମେଗା ନିଲାମରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଋଷଭ ପନ୍ତଙ୍କ ପାଇଁ ଐତିହାସିକ ବିଡ୍ କରିଥିଲା । ଲକ୍ଷ୍ନୌ ଏହି ବିସ୍ଫୋରକ ୱିକେଟକିପର ବ୍ୟାଟ୍ସମ୍ୟାନଙ୍କୁ ୨୭ କୋଟି ଟଙ୍କାରେ କିଣିଥିଲା ।
ଆଇପିଏଲ୍ ଇତିହାସରେ ପନ୍ତ ସବୁଠାରୁ ଦାମୀ ଖେଳାଳି ହୋଇଥିଲେ । ଏବେ ପନ୍ତ ଆଇପିଏଲ ଇତିହାସର ସବୁଠାରୁ ଦାମୀ ଅଧିନାୟକ ମଧ୍ୟ ହୋଇଛନ୍ତି ।