ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ବ୍ରହ୍ମାସ୍ତ୍ର ପାଇଛନ୍ତି ୱିକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ । ନିଜ ନାଁରେ କରିଛନ୍ତି କୋଟି କୋଟି ଟଙ୍କାର ଜବରଦସ୍ତ ଅଫର । ଏଭଳି କାର୍ଣ୍ଣାମା କରିବାରେ ସେ ପାଲଟିଛନ୍ତି ଭାରତର ତୃତୀୟ ଖେଳାଳି । ତେବେ ଆସନ୍ତୁ ଜାଣିବା କଣ ପାଇଛନ୍ତି ରିଷଭ?
ରବିବାରଠୁ ଆରମ୍ଭ ହେଉଛି ଭାରତ-ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ । ପ୍ରଥମ ମ୍ୟାଚ ପୂର୍ବରୁ କୋଟି କୋଟି ଟଙ୍କାର ଡିଲ କରିଛନ୍ତି ରିଷଭ । ଏହି ଡିଲ ସେ କ୍ରିକେଟ କିଟ ପ୍ରସ୍ତୁତକାରୀ କମ୍ପାନୀ SG (Sanspareils Greenlands) ସହିତ କରିଛନ୍ତି । ଗତ ୭ ବର୍ଷର ଏହି ଚୁକ୍ତିକୁ ସେ ଆଗକୁ ମଧ୍ୟ ଜାରି ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହା ଭାରତର ସବୁଠୁ ବଡ ବ୍ୟାଟ ସ୍ପନସରସିପ ଡିଲ ଭିତରୁ ଗୋଟିଏ । ଇଣ୍ଡିଆନ ଟିମର ଦୁଇ ପ୍ରମୁଖ ଖେଳାଳି ବିରାଟ କୋହଲି ଏବଂ ରୋହିତ ଶର୍ମା ଋଷଭ ତୃତୀୟ ଖେଳାଳିଭାବେ ଏତେ ବଡ ରକମର ଡିଲ କରିଛନ୍ତି । ବ୍ୟାଟରେ ଏସ.ଜି କମ୍ପାନୀର ଷ୍ଟିକର ବ୍ୟବହାର କରିବା ପାଇଁ ବାର୍ଷିକ ୩ କୋଟି ଟଙ୍କା ପାଇବେ ଋଷଭ । ତେବେ ଏହି ଡିଲକୁ ବଢାଇ ନିକର ଖୁସି ବ୍ୟକ୍ତ କରିଛନ୍ତି ଋଷଭ । ଏହି SG କମ୍ପାନୀର ବ୍ୟାଟ ସହିତ ତାଙ୍କର ଅନେକ ସ୍ମୃତି ଯୋଡି ହୋଇ ରହିଛି । ତେଣୁ କମ୍ପାନୀ ସହିତ ଥିବା ସମ୍ପର୍କକୁ ଆଗେଇ ନେବାକୁ ନିଷ୍ପତ୍ତି ନେଇଛନ୍ତି ଋଷଭ ।
ତାଙ୍କ ପୂର୍ବରୁ ବିରାଟ କୋହଲି MRF କମ୍ପାନୀର ଷ୍ଟିକର ପାଇଁ ୮ ବର୍ଷ ପାଇଁ ୧୦୦ କୋଟି ମୂଲ୍ୟରେ ବ୍ୟାଟ ସ୍ପନସରସିପ ଡିଲ କରିଛନ୍ତି । ମଧ୍ୟ CEAT କମ୍ପାନୀ ସହ ୪ କୋଟି ଟଙ୍କାର ଡିଲ କରିଛନ୍ତି ରୋହିତ ଶର୍ମା ।