fbpx
BJD SKY
BJD SKY

ପଡିଆରେ ନଜର ଆସିଲେ ଋଷଭ ପନ୍ତ: ଟି-୨୦ ଅଧିନାୟକ ହାର୍ଦ୍ଦିକଙ୍କ ସହ କରୁଛନ୍ତି ମସ୍ତି…

BJD

ନୂଆଦିଲ୍ଲୀ: ଭୟାନକ ସଡକ ଦୁର୍ଘଟଣାର ଶିକାର ହୋଇ ଟିମ ଇଣ୍ଡିଆରୁ ବାଦ୍ ପଡିଛନ୍ତି ଷ୍ଟାର ଖେଳାଳି ଋଷଭ ପନ୍ତ । ତେବେ ବର୍ତ୍ତମାନ ସେ ସୁସ୍ଥ ହୋଉଥିବା ବେଳେ ଖୁବଶୀଘ୍ର ଦଳକୁ କମବ୍ୟାକ କରିବା ନେଇ ଆଶା କରାଯାଉଛି । ଦିଲ୍ଲୀ ବୋର୍ଡର ପଦାଧିକାରୀ ଋଷଭ ପନ୍ତଙ୍କ ସହ ଦେଖା କରିବା ସହିତ ଏହି ସୂଚନା ଦେଇଛନ୍ତି । ଦୁର୍ଘଟଣା ଯୋଗୁଁ ଗୁରୁତର ଆହତ ହୋଇ ଅସ୍ତ୍ରୋପଚାର କରିବା ପରେ ଏବେ ଏନସିଏରେ ଚିକିତ୍ସିତ ହେଉଛନ୍ତି ଋଷଭ । ୟା ଭିତରେ ସେ ଭାରତୀୟ ଟିମର ଟି-୨୦ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ପଡିଆରେ ଦେଖାଯାଇଛନ୍ତି ।

ବେଙ୍ଗଲୁରୁ ଷ୍ଟାଡିୟମରେ ଖେଳାଯାଉଥିବା ଦୁଲୀପ ଟ୍ରଫିର ସେମି ଫାଇନାଲ ମ୍ୟାଚରେ ଋଷଭ ପନ୍ତ ସେଠାରେ ପହଞ୍ଚିଛନ୍ତି । ଏଠାରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ସେ ମସ୍ତି କରୁଥିବାର ଦେଖାଯାଇଛି । ଟିମ ଇଣ୍ଡିଆ ବର୍ତ୍ତମାନ ୱେଷ୍ଟଇଣ୍ଡିଜ ଗସ୍ତରେ ଥିବା ବେଳେ ୧୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଟେଷ୍ଟ ସିରିଜ । କିନ୍ତୁ ହାର୍ଦ୍ଦିକ ପାଣ୍ଡ୍ୟା ଭାରତୀୟ ଟେଷ୍ଟ ଟିମରେ ସାମିଲ ନାହାନ୍ତି । ତେଣୁ ସେ ଏହି ଷ୍ଟାଡିୟମରେ ପହଞ୍ଚିଥିଲେ । ଏପଟେ ଋଷଭ ପନ୍ତ ମଧ୍ୟ ଏହି ସେମି ଫାଇନାଲ ଦେଖିବା ପାଇଁ ଯାଇଥିବା ବେଳେ ଉଭୟଙ୍କୁ ଏକା ସାଙ୍ଗରେ ପଡିଆ ଭିତରେ ମସ୍ତି କରୁଥିବାର ଦେଖାଯାଇଛି ।

ତେବେ ଋଷଭ ପନ୍ତ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନଥିବା ବେଳେ ଏଥିପାଇଁ ଆହୁରି ପ୍ରାୟ ୩-୬ ମାସ ସମୟ ଲାଗିପାରେ ବୋଲି କହିଛନ୍ତି ବିସିସିଆଇର ଜଣେ ଅଧିକାରୀ । ତେବେ ଆସନ୍ତା ଆଇପିଏଲ-୨୦୨୪ରୁ ସେ ପୁଣି ଥରେ କ୍ରିକେଟ ଜଗତକୁ କମବ୍ୟାକ କରିପାରନ୍ତି ବୋଲି କରାଯାଉଛି । ଋଷଭ ପନ୍ତ ଟେଷ୍ଟ କ୍ରିକେଟରେ ଭାରତ ପାଇଁ ଖୁବ ସଫଳତା ଆଣିଛନ୍ତି । ତେବେ ତାଙ୍କ ଅନୁପସ୍ଥିତିରେ କେ.ଏସ ଭରତଙ୍କୁ ସୁଯୋଗ ମିଳିଥିଲେ ବି ସେ ଦଳ ପାଇଁ ଆଶାନୁଯାୟୀ ସଫଳତା ଆଣି ପାରିନାହାନ୍ତି ।

Get real time updates directly on you device, subscribe now.