fbpx

ସକାଳ ସମୟରେ ଦେଖାଯାଇଥିବା ଏହି ଲକ୍ଷଣ ଡାଇବେଟିସର ସଙ୍କେତ : କରନ୍ତୁ ନାହିଁ ଏହାକୁ ଅଣଦେଖା

ନୂଆଦିଲ୍ଲୀ : ଗତ କିଛି ବର୍ଷ ହେବ ଡାଇବେଟିସ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଡାଇବେଟିସର ରୋଗ ଏକ ପ୍ରକାରର ମେଟାବଲିକ ଡିସାର୍ଡର ଅଟେ ଯାହା ଦ୍ୱାରା ଶରୀର ପର୍ଯ୍ୟାପ୍ତ ଇନସୁଲିନ ବ୍ୟବହାର କରେ ନାହିଁ ବା ଇନସୁଲିନର ବ୍ୟବହାର କରିବାରେ ଅସୁବିଧା ହୋଇଥାଏ । ଶରୀରରେ ଇନସୁଲିନ କମି ଗଲେ ଡାଇବେଟିସ ବଢିଯାଏ । ଯାହା କି କିଡନୀ, ଚର୍ମ, ହୃଦୟ, ଆଖି ଏବଂ ପୂରା ଶରୀରକୁ ପ୍ରଭାବିତ କରିଥାଏ ।

ଡାଇବେଟିସ ଏପରି ଏକ ରୋଗ ଯାହା ସବୁ ବୟସର ଲୋକଙ୍କୁ ହୋଇଥାଏ । କିନ୍ତୁ ଛୋଟ ପିଲା, କିଶୋର ଏବଂ ଯୁବକଙ୍କୁ ଟାଇପ ୧ ଡାଇବେଟିସ ଅଧିକ ପ୍ରଭାବିତ କରିଥାଏ । ଅନ୍ୟପକ୍ଷରେ ଟାଇପ ୨ ଡାଇବେଟିସ ୪୦ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କ ପାଖରେ ଦେଖାଯାଇଥାଏ । ଏହା କିଡନୀ ଏବଂ ହାର୍ଟ ରୋଗ ଠାରୁ ମଧ୍ୟ ବଡ଼ ବିପଦ କାରକ ଅଟେ ।

ବାସ୍ତବରେ ଡାଇବେଟିସ ରୋଗୀଙ୍କ ସକାଳ ସମୟରେ ଉଚ୍ଚ ରକ୍ତ ଚାପ ଅନୁଭବ କରିବା ଏବଂ ଗଳା ଓ ପାଟି ବାରମ୍ବାର ସୁଖୀବା, ରାତିରେ ଅଧିକ ପିଶାବ ଯିବା, ଦୃଷ୍ଟି ଶକ୍ତି କମିବା ଏବଂ ଭୋକ ଲାଗିବା ଭଳି ଲକ୍ଷଣ ଦେଖା ଦେଇଥାଏ ।

ସକାଳ ସମୟରେ ଦେଖା ଦେବା ସଂଙ୍କେତ ଉପରେ ଧ୍ୟାନ ଦେବା : ଡାକ୍ତରଙ୍କ କହିବା ଅନୁସାରେ, ଏମିତି ନୁହେଁ ଯେ ସକାଳ ସମୟରେ ଦେଖାଯାଇ ଥିବା ଲକ୍ଷଣ ଦିନରେ ଦେଖା ଯାଏ ନାହିଁ । କୁଣ୍ଡେଇ ହେବା, କମଜୋର ଲାଗିବା, ଅଧିକ ଭୋକ ହେବା, ଅଧିକ ଶୋଷ ହେବା ରାତି ଏହି ଲକ୍ଷଣ ଦେଖା ଦେବା ସହ ଦିନରେ ମଧ୍ୟ ଅନୁଭବ ହୋଇଥାଏ ।

ଡାଇବେଟିସର ଅନ୍ୟ ଲକ୍ଷଣ : ଅତ୍ୟଧିକ ଭୋକ ଲାଗିବା, ଅଚାନକ ଓଜନ କମିବା, ହାଲିଆ ଲାଗିବା, ଶୁଖିଲା ତ୍ୱଚା, କ୍ଷତ ସ୍ଥାନ ଧିରେ ଧିରେ ପୂରଣ ହେବା, ଏହା ବ୍ୟତିତ ରାତିରେ ଅଧିକ ପିସାବ ଲାଗିବା ଏବଂ କେଶ ଝଡିବା ଭଳି ସଂଙ୍କେତ ଟାଇପ ୨ ଡାଇବେଟିସର ହୋଇଥାଏ । ଅନ୍ୟପକ୍ଷରେ ଟାଇପ ୧ ଡାଇବେଟିସର ବ୍ୟକ୍ତିଙ୍କ ପାଖରେ ପେଟ ଯନ୍ତ୍ରଣା, ବାନ୍ତି ଭଳି ଲକ୍ଷଣ ଅନୁଭବ ହୋଇଥାଏ ।

Get real time updates directly on you device, subscribe now.