fbpx
BJD SKY
BJD SKY

IIT Kanpur ପ୍ରସ୍ତୁତ କଲା ‘SATHEE’ ଆପ୍: ଜାତୀୟସ୍ତରର ପ୍ରବେଶିକା ପରୀକ୍ଷା ଓ ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ଘରେ ବସି କରିହେବ

BJD

ନୂଆଦିଲ୍ଲୀ: ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର । ପ୍ରତିଯୋଗିତାମୂଳକ ପରୀକ୍ଷା, ଜାତୀୟସ୍ତରର ପ୍ରବେଶିକା ପରୀକ୍ଷାର ସହଜ ପ୍ରସ୍ତୁତି ପାଇଁ ଏକ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ନୂଆ ଆପ ଅଣାଯାଇଛି । ଏହି ଆପର ନାମ ହେଉଛି ସେଲଫ ଆସେସମେଣ୍ଟ ଟେଷ୍ଟ ଆଣ୍ଡ ହେଲପ ଫର ଏଣ୍ଟ୍ରାନ୍ସ ଏଗଜାମସ (ସାଥୀ) । ‘ସାଥୀ’ ଆପ ଜରିଆରେ ଛାତ୍ରଛାତ୍ରୀମାନେ ସହଜରେ ଜେଇଇ, ସିୟୁଇଟି, ଗେଟ୍, ନିଟ ପରି ଜାତୀୟ ସ୍ତରର ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତି ସହଜରେ କରିପାରିବେ ।

ଘରୋଇ ପ୍ରଶିକ୍ଷଣ କେନ୍ଦ୍ରରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି କୋଚିଂ ନେଇ ପାରୁନଥିବା ଗରିବ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ‘ସାଥୀ’ ଆପ୍ ବେଶ୍ ସହାୟକ ହୋଇ ପାରିବ । ପ୍ରବେଶିକା ପରୀକ୍ଷାର ବିଗତ ବର୍ଷର ପ୍ରଶ୍ନପତ୍ର, ଅଭିଜ୍ଞ ପ୍ରଶିକ୍ଷକଙ୍କ ଶିକ୍ଷାଦାନ ଭିଡିଓ, ସମ୍ଭାବ୍ୟ ପ୍ରଶ୍ନପତ୍ର, ମକଟେଷ୍ଟ ଆଦି ଏହି ଆପରୁ ମିଳିପାରିବ । ଆଇଆଇଟି କାନପୁର ଦ୍ୱାରା ଏହି ଆପ ପ୍ରସ୍ତୁତ କରାଯାଇଛି ।

ଛାତ୍ରଛାତ୍ରୀମାନେ କିପରି ଘରେ ବସି ନିଜେ ନିଜ ଅଧ୍ୟୟନ କରିପାରିବେ ସେ ନେଇ ‘ସାଥୀ’ ଆପରେ ସମସ୍ତ ପ୍ରକାରର ବ୍ୟବସ୍ଥା ଉପଲବ୍ଧ କରାଯାଇଛି । ପିଲାଙ୍କର ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତିରେ ଏହି ଆପ ବେଶ୍ ସହାୟକ ହେବ ବୋଲି ବିଶ୍ୱ ବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଅଧ୍ୟକ୍ଷ ଏମ. ଜଗଦୀଶ କୁମାର କହିଛନ୍ତି । ଗତ ମାର୍ଚ୍ଚ ମାସ ୬ ତାରିଖରେ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ‘ସାଥୀ’ ପୋର୍ଟାଲ ଲଞ୍ଚ କରିଥିଲେ ।

Get real time updates directly on you device, subscribe now.