fbpx

ଦମଦାର ରେକର୍ଡରେ ‘କଳଙ୍କ’ ଲଗାଇଦେଲେ ଋଷଭ: ମୋହିତଙ୍କ ନାଁରେ ଲଜ୍ଜାଜନକ ରେକର୍ଡ

ନୂଆଦିଲ୍ଲୀ: କାଲି ଥିଲେ ଦଳର ସୁପରଷ୍ଟାର, କିନ୍ତୁ ଆଜି ମୁଣ୍ଡରେ ଲାଗିଛି କଳଙ୍କର ଚିହ୍ନ । ଗୁଜୁରାଟ ଟାଇଟନ୍ସର ସର୍ବଶ୍ରେଷ୍ଠ ବୋଲରଙ୍କୁ ଆଜି ବଦନାମ କରିଛି ଦିଲ୍ଲୀର ବ୍ୟାଟିଂ ଡିପାର୍ଟମେଣ୍ଟ । ଆଇପିଏଲ ଇତିହାସରେ ସର୍ବାଧିକ ରନ୍ ଖର୍ଚ୍ଚ କରିଥିବା ବୋଲରଙ୍କ ତାଲିକାରେ କଳା ଦାଗ ବୋଳି ଦେଇଛନ୍ତି ରିଷଭ ପନ୍ତ । ଆଇପିଏଲ ଟୁର୍ଣ୍ଣାମେଣ୍ଟର କୌଣସି ଏକ ସ୍ପେଲରେ ସର୍ବାଧିକ ରନ୍ ଖର୍ଚ୍ଚ କରି ବର୍ତ୍ତମାନ ମୋହିତ ଶର୍ମା ଲଜ୍ଜାଜନକ ରେକର୍ଡ ନିଜ ନାମରେ କରିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ୪ ଓଭରରୁ ମୋଟ ୭୩ ରନ୍ ବ୍ୟୟ କରିଛନ୍ତି ମୋହିତ ।

ଆଇପିଏଲ-୨୦୨୩ରେ ଯେଉଁ ବୋଲର ଦଳ ପାଇଁ ସବୁଠାରୁ ବିଶ୍ୱସନୀୟ ଥିଲେ, ଆଜି ସେ ହିଁ ଦଳ ପାଇଁ ଖଳନାୟକ ପାଲଟି ଯାଇଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ଗୁଜୁରାଟ ଟାଇଟନ୍ସ ଷ୍ଟାର ବୋଲର ମୋହିତ ଶର୍ମା ଏକ ଲଜ୍ଜାଜନକ ରେକର୍ଡ ନିଜ ନାମରେ କରିଛନ୍ତି । ଗୋଟିଏ ଆଇପିଏଲ ମ୍ୟାଚରେ ସବୁଠାରୁ ମହଙ୍ଗା ସ୍ପେଲ ବୋଲିଂ କରିଛନ୍ତି ମୋହିତ । ଦିଲ୍ଲୀ ବିପକ୍ଷ ମ୍ୟାଚରେ ସେ ୪ ଓଭରରେ ମୋଟ ୭୩ ରନ୍ ଖର୍ଚ୍ଚ କରିଛନ୍ତି । ଦିଲ୍ଲୀ ଅଧିନାୟକ ରିଷଭ ପନ୍ତଙ୍କ ସହ ଦଳର ବ୍ୟାଟିଂ ଡିପାର୍ଟମେଣ୍ଟ ମୋହିତଙ୍କ ଓଭରରୁ ଖୁବ ରନ୍ ସଂଗ୍ରହ କରିଛନ୍ତି, ଯାହା ପଳରେ ତାଙ୍କ ବୋଲିଂ କ୍ୟାରିୟରରେ ଏକ କଳା ଦାଗ ଲାଗିଯାଇଛି । ଆଇପିଏଲ ଇତିହାସରେ ମହଙ୍ଗା ସ୍ପେଲ ବୋଲିଂ କରିବା ତାଲିକାରେ ମୋହିତ ଶୀର୍ଷ ସ୍ଥାନରେ ରହିଛନ୍ତି । ଦିଲ୍ଲୀ ବିପକ୍ଷରେ ସେ ୧୮.୫୦ ହାରରେ ୭୩ ରନ୍ ବ୍ୟୟ କରି ଏହି ରେକର୍ଡରେ ସାମିଲ ହୋଇଛନ୍ତି ।

ମୋହିତଙ୍କ ପ୍ରଥମ ଓଭରରେ ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟର ୧୨ ରନ୍ ସଂଗ୍ରହ କରିଥିଲେ । ଏହାପରେ ଦ୍ୱିତୀୟ ଓଭରରୁ ୧୬ ରନ୍ ବ୍ୟୟ କରିଥିବା ବେଳେ ତୃତୀୟ ଓଭରରେ ୧୪ ରନ୍ ଖର୍ଚ୍ଚ କରିଥିଲେ ମୋହିତ ର୍ଶମା । ତେବେ ଚତୁର୍ଥ ଓଭରରେ ଅଧିନାୟକ ରିଷଭ ପନ୍ତ ମୋହିତଙ୍କ ଉପରେ ଭାରୀ ପଡ଼ିଥିଲେ । ଏହି ଓଭରରୁ ୪ଟି ଛକା ଏବଂ ଗୋଟିଏ ଛକା ସହ ମୋଟ ୩୧ ରନ୍ ସଂଗ୍ରହ କରିଥିଲେ ରିଷଭ । ଏହାସହିତ ସବୁଠାରୁ ମହଙ୍ଗା ସ୍ପେଲ ବୋଲିଂର ଲଜ୍ଜାଜନକ ରେକର୍ଡର ଅଧିକାରୀ ହୋଇଛନ୍ତି ମୋହିତ ଶର୍ମା । ତେବେ ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ବାସିଲ ଥାମ୍ପି(୭୦), ୟଶ ଦୟାଲ(୬୯), ରିସ ଟୋପଲୀ(୬୮) ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ରହିଛନ୍ତି ।

Get real time updates directly on you device, subscribe now.