fbpx

IITରେ ବିନା ପରୀକ୍ଷାରେ ଚାକିରୀ ପାଇବାର ଅପୂର୍ବ ସୁଯୋଗ, ମାସିକ ଦରମା ୬୦,୦୦୦ଟଙ୍କା

ନୂଆଦିଲ୍ଲୀ: ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥା(IIT)ରେ ପଢିବାକୁ କିଏ ବା ନ ଚାହେଁ । ଯଦି ଆପଣଙ୍କର ଏହି ସ୍ୱପ୍ନ ପୂରଣ ହୋଇପାରି ନାହିଁ ତେବେ ଏବେ ଆପଣ ଏଠାରେ କାମ କରି ଏହି ସ୍ୱପ୍ନକୁ ପୂରଣ କରିପାରିବେ । ଏଥିପାଇଁ –ଖଡଗପୁର ରିସର୍ଚ୍ଚ ଇନଭେଷ୍ଟିଗେସନ ପଦରେ ନିଯୁକ୍ତି ଲାଗି ଆବେଦନ ଆହ୍ୱାନ କରିଛି । ଯେଉଁ ଯୋଗ୍ୟ ପ୍ରାର୍ଥୀ ଏଥିପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ସେମାନେ ଏହାର ଅଫିସିଆଲ ୱେବସାଇଟ୍‌ iitkgp.ac.inକୁ ଯାଇ ଆବେଦନ କରିପାରିବେ । ଏହି ପଦ ପାଇଁ ଆବେଦନ କରିବାକୁ ମାତ୍ର ୨ ଦିନ ବାକି ଅଛି ।
ଯୋଗ୍ୟତା:କୌଣସି ବି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ ବା ସଂସ୍ଥାରୁ ସ୍ନାତକ ଡିଗ୍ରୀ ସହିତ ଏମବିଏ ଡିଗ୍ରୀ ବି ରହିଥିବା ଉଚିତ । ଏହା ସହିତ ସମ୍ବନ୍ଧିତ କ୍ଷେତ୍ରରେ କାମ କରିବାର ଅନୁଭବ ଥିବା ଉଚିତ ।
ବୟସ ସୀମା: ଯେଉଁମାନେ ଏହି ପଦ ଲାଗି ଆବେଦନ କରୁଛନ୍ତି ସେମାନଙ୍କ ବୟସ ସୀମା ୫୦ ବର୍ଷରୁ ଅଧିକ ହେବା ଅନୁଚିତ ।
ଆବେଦନ ଫି’: ୧୦୦ଟଙ୍କା । ମହିଳା ଆବେଦନକର୍ତ୍ତାଙ୍କୁ କୌଣସି ଫି’ ଭରିବାକୁ ପଡିବ ନାହିଁ ।
ଦରମା: ଯେଉଁ ପ୍ରାର୍ଥୀଙ୍କୁ ଏହି ପଦ ଲାଗି ଚୟନ କରାଯିବ ସେମାନଙ୍କ ଦରମା ୬୦,୦୦୦ଟଙ୍କା ରହିବ ।

Get real time updates directly on you device, subscribe now.