fbpx

ବାପା-ମାଆଙ୍କ ପରେ ପିଲାଙ୍କ ହାତରେ ରାଜନୀତି ଡୋରୀ: କେନ୍ଦ୍ରାପଡ଼ାରେ ନେତାଙ୍କ ଉତ୍ତରାଧିକାରୀଙ୍କୁ ମିଳୁଛି ଟିକେଟ

ଭୁବନେଶ୍ୱର: ରାଜ୍ୟ ରାଜନୀତିରେ କେନ୍ଦ୍ରାପଡାର ରାଜନୀତି ସବୁବେଳେ ଚର୍ଚ୍ଚାରେ ଥାଏ । ସାରା ଦେଶରେ ପରିବାରବାଦକୁ ନେଇ ସବୁବେଳେ ଚର୍ଚ୍ଚା ହେଉଥିବାବେଳେ । ଏହାର ଏକ ବେମାରି କେନ୍ଦ୍ରାପଡାକୁ ଘାରିଯାଇଛି । ଏହି ପରିବାରବାଦର ରାଜନୈତିକ ଛୁଙ୍କ ସବୁଠି ଆଲୋଚନାର ବିଷୟ ପାଲଟିଛି । କେନ୍ଦ୍ରାପଡାରେ ଉତ୍ତରାଧିକାର ଭାବରେ ବାପାଙ୍କ ପରେ ପୁଅ ବା ଝିଅକୁ ରାଜନୀତିକୁ ଆସିବାର ସଂଖା ବଢିବାରେ ଲାଗିଲାଣି । ବର୍ତ୍ତମାନ ସୁଦ୍ଧା ଲୋକସଭା ଆସନ ସମେତ ଜିଲ୍ଲାରୁ ୫ରୁ ୪ଟି ଆସନରେ ଉତ୍ତରାଧିକାରୀ ସୂତ୍ରରେ ଆସିଥିବା ନେତାମାନଙ୍କୁ ବିଭିନ୍ନ ଦଳ ପାର୍ଥି କରିଛି । କେଉଁ ଦଳରୁ ବାପା ବଦଳରେ ପୁଅ ତ ଆଉ କେଉଁଠି ଝିଅ ରାଜନୈତିକ ମଇଦାନକୁ ଓହ୍ଲାଇ ନିଜର ଭଗ୍ୟ ପରୀକ୍ଷା କରିବା ପାଇଁ ଲାଗି ପଡିଛନ୍ତି । ଏସବୁ ଭିତରେ ସବୁଠାରୁ ବଡ କଥା ହେଉଛି ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପରଷ୍ପରକୁ ଯେତେ ଦୋଷ ଲଦିଲେ ମଧ୍ୟ ଏହି ପରିବାରଭିତ୍ତିକ ରାଜନୀତିରୁ କେହିବି ମୁକ୍ତ ନୁହେଁ ।

ଆଳି ବିଧାନସଭାକୁ ଦେଖିଲେ ସେଠି ରାଜ ପରିବାରର ବେଶ୍ ଦବଦବା ଥିଲା । ଏହି ଆସନରେ ବର୍ତ୍ତମାନ ବର୍ତ୍ତମାନ ବଧାୟକ ଅଛନ୍ତି ପ୍ରତାପ କେଶରୀ ଦେବ ତାଙ୍କ ପୂର୍ବରୁ ତାଙ୍କର ପିତା ଶରତ ଦେବ ଏବଂ ମାତା ସୁଶ୍ରୀ ଦେବୀ ଅନେକ ଦିନ ଧରି ଆଳିରେ ଶାସନ କରିଥିଲେ । ତାଙ୍କ ପରେ ତାଙ୍କର ଉତ୍ତରାଧିକାରୀ ଭାବରେ ପୁଅ ରାଜନୀତିକୁ ଆସି ସଫଳ ହୋଇ ଆଳିରୁ ବିଧାୟକ ଭାବରେ ୪ଥର ନିର୍ବାଚିତ ହୋଇଥିବାବେଳେ ପ୍ରତାପଙ୍କୁ ଏବେ ବିଜେଡି ପ୍ରାର୍ଥୀ ଘୋଷଣା କରିଛି । ସେପରି କଂଗ୍ରେସରୁ ପାର୍ଥୀ ହୋଇଥିବା ଡାକ୍ତର ଦେସ୍ମିତା ଶର୍ମାଙ୍କ ବାପା ଦେବେନ୍ଦ୍ର ଶର୍ମା ମଧ୍ୟ ପୂର୍ବରୁ ବିଧାୟକ ଥିଲେ । ଏବେ ତାଙ୍କର ଝିଅ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ସେମିତି ମହାକାଳପଡାରୁ ଲଗାତାର ଜିତି ଆସୁଥିବା ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ ମଧ୍ୟ ସେହି ସମାନ ଉତ୍ତରାଧିକାରୀ ରୂପରେ ରାଜନୀତିକୁ ଆସିଛନ୍ତି । ପୂର୍ବରୁ ତାଙ୍କର ବାପା ରାଜକିଶୋର ନାୟକ ପାଟକୁରାରୁ ବାଧାୟକ ଥିଲେ । ଅତନୁ ମଧ୍ୟ ବାପାଙ୍କୁ ଅନୁସରଣ କରି ରାଜନୈତିକ କ୍ୟାରିଅର୍ ଆରମ୍ଭ ୨୦୦୪ ମସିହାରୁ କରିଥିଲେ ।

ସେମିତି ମହାକାଳପଡାରୁ ବିଜେପି ପ୍ରାର୍ଥର୍ୀ ଡ. ଦୁର୍ଗା ପ୍ରସନ୍ନ ନାୟକ ଏଥର ପ୍ରଥମ ପ୍ରାର୍ଥୀ ହୋଇଥିବାବେଳେ ଏହା ପୂର୍ବରୁ ତାଙ୍କର ପିତା ଗନ୍ଧର୍ବ ନାୟକ ରାଜନୀତିରେ ସକ୍ରିୟ ଥିଲେ । ସେ ୨୦୦୯ ମସିହାରେ ବିଜେପିରୁ ମହାକାଳପଡାରୁ ଲଢିଥିଲେ ।
ଅନ୍ୟ ପକ୍ଷରେ ଅରବିନ୍ଦ ମହାପାତ୍ର ବି ଏଥର ରାଜନୀତିରେ ନୂଆ ଚେହେରା ସେ ଏଥର ତାଙ୍କର ଭାଗ୍ୟ ପରୀକ୍ଷା କରିବେ । ତାଙ୍କ ପିତା ବରିଷ୍ଠ ରାଜନେତା ବିଜୟ ମହାପାତ୍ର ପାଟକୁରାରେ ଏକ ଲମ୍ବା ସମୟ ଧରି ଶାସନ କରି ଆସୁଥିଲେ । ସେ ୪ଥର ବିଧାୟକ ହେବା ପରେ ରାଜ୍ୟ ରାଜନୀତିରେ ଏକ ଚର୍ଚ୍ଚିତ ଚେହେରା ଥିଲେ । ଏଥର ତାଙ୍କ ପୁଅ ଅରବିନ୍ଦକୁ ବିଜେଡି ପାର୍ଥି ଘୋଷଣା କରିଛି । ସେହିପରି ଦିବଂଗତ ବେଦପ୍ରକାଶ ଅଗ୍ରବାଲଙ୍କ ପରେ ତାଙ୍କର ପତ୍ନୀ ସାବିତ୍ରୀ ଅଗ୍ରବାଲା ପାଟକୁରାର ମଙ୍ଗ ଧରିଥିଲେ । ତାଙ୍କର ପୁଅ ସଞ୍ଜୟ ରାଜନୀତିରେ ସକ୍ରିୟ ଅଛନ୍ତି କିନ୍ତୁ ସାଧାସଳଖ ଭାବରେ ଏଯାଏ ଅଂଶଗ୍ରହଣ କରିନାହାଁନ୍ତି ।

କେନ୍ଦ୍ରାପଡା କଂଗ୍ରେସରୁ ଲଢୁଥିବା ସିପ୍ରା ମଲ୍ଲିକଙ୍କ ବାପା ମଧ୍ୟ ପ୍ରହଲ୍ଲାଦ ମଲ୍ଲିକ ଏକାଧିକ ଥର ବିଧାନସଭା ନିର୍ବାଚିତ ହେଉଥିଲେ । ବାପଙ୍କ ପରେ ସିପ୍ରା ୨୦୦୯ ରେ ରାଜନୀତିକୁ ଆସିଥିଲେ । ମୋଟାମୋଟି ଭାବରେ କହିବାକୁ ଗଲେ କେନ୍ଦ୍ରାପଡା ଜିଲ୍ଲା ଆସନରେ ବଂଶବାଦ ରାଜନୀତି ଛିଡିବା ପରିବର୍ତ୍ତେ ଏବେ ତାହା ଦୃତଗତିରେ ବଢିବାରେ ଲାଗିଛି ।

Get real time updates directly on you device, subscribe now.