fbpx
BJD
BJD SKY
BJD SKY

ମସ୍କଙ୍କ ଉପରେ ରାଗିଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ, ଜାଣନ୍ତୁ କ’ଣ ରହିଛି କାରଣ

BJD

ନୂଆଦିଲ୍ଲୀ: ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ ଏଲନ୍ ମସ୍କଙ୍କ ଉପରେ ଖପ୍ପା ହୋଇଛନ୍ତି । ସୁନକ ତାଙ୍କୁ ନେଇ ଆଲୋଚନା କରିବା ସହ ତାଙ୍କ ଉପରେ କଡା ଟିପ୍ପଣୀ କରିଛନ୍ତି । ମସ୍କ ତାଙ୍କର ଏକ ପୋଷ୍ଟରେ ଇହୁଦୀ ବିରୋଧୀ କଥା କହିଥିଲେ । ଏହି ଇହୁଦୀ ବିରୋଧ ଉପରେ ଜବାବ ରଖି ଋଷି ସୁନକ କଡା ଶବ୍ଦରେ ମସ୍କଙ୍କୁ ସମାଲୋଚନା କରିଛନ୍ତି ।

ଏକ ମିଡିଆ ସହ ସାକ୍ଷାତକାର ସମୟରେ ସୁନକ କହିଛନ୍ତି ସେ ଇହୁଦୀ ବିରୋଧର ସପକ୍ଷରେ ନୁହଁନ୍ତି । ଏହି ସାକ୍ଷାତକାର ସମୟରେ ସୁନକଙ୍କୁ ମସ୍କଙ୍କ ଚର୍ଚ୍ଚିତ ଟୁଇଟ୍ ଉପରେ ପ୍ରଶ୍ନ କରାଯାଇଥିଲା । ଉତ୍ତରରେ ସୁନକ କହିଥିଲେ ମୋତେ ଏଥିରେ କୌଣସି ଫରକ ପଡେନାହିଁ କି ସେ ଏଲନ ମସ୍କ ହୁଅନ୍ତୁ କିମ୍ବା ସଡକ ଉପରେ କାହାକୁ ଗାଳି ଦେଉଥିବା କେହି ସାଧାରଣ ବ୍ୟକ୍ତି ହୁଅନ୍ତୁ । ମୁଁ କହିବି ଇହୁଦୀଙ୍କୁ ବିରୋଧ ସବୁଦୃଷ୍ଟିରୁ ଭୁଲ୍ ।

ଏଠାରେ ସୂଚାଇ ଦିଆଯାଇପାରେ କି ଗତ କିଛିଦିନ ତଳେ ଏଲନ ମସ୍କ ଏକ୍ସରେ ନିଜର ଏକ ପୋଷ୍ଟକୁ ନେଇ ସମାଲୋଚକଙ୍କ ଟାର୍ଗେଟକୁ ଆସିଯାଇଥିଲେ । ଇହୁଦୀ ବିରୋଧୀ ଭାବନା ସୃଷ୍ଟି କରୁଥିବା ନେଇ ତାଙ୍କ ବିରୁଦ୍ଧରେ ଅଭିଯୋଗ ଲାଗିଥିଲା । ମାମଲା ଏହାଥିଲା କି ସୋସିଆଲ ମିଡିଆରେ ଜଣେ ବ୍ୟକ୍ତି ପୋଷ୍ଟ ଲେଖି ଦାବୀ କରିଥିଲା କି ଇହୁଦୀମାନେ ଗୋରାଙ୍କ ବିରୁଦ୍ଧରେ ହିଂସାକୁ ପ୍ରଶୟ ଦେଉଛନ୍ତି । ଏହି ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇ ମସ୍କ ଲେଖିଥିଲେ ଆପଣ ପ୍ରକୃତ ସତ କହିଛନ୍ତି । ଏହି ଟୁଇଟ୍ ପରଠାରୁ ମସ୍କଙ୍କୁ ନେଇ ସମାଲୋଚନା ହେଉଛି । ଆମେରିକା ସରକାର ମଧ୍ୟ ମସ୍କଙ୍କ ସମାଲୋଚନା କରିଛନ୍ତି ।

Get real time updates directly on you device, subscribe now.