fbpx
BSKY
BJD MC SKY
BJD YOUTH SKY

ସପ୍ତାହରେ ୩୬ ଘଣ୍ଟା ଉପବାସ ରହିଥାନ୍ତି ଋଷି ସୁନକ, କାହିଁକି ଏପରି କରିଥାନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ନିକଟରେ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି କି ସେ ନିଜକୁ ସୁସ୍ଥ ରଖିବା ପାଇଁ ପ୍ରତି ସପ୍ତାହରେ ଉପବାସ ରଖିଥାନ୍ତି । ସୁନକ ରବିବାର ସନ୍ଧ୍ୟା ୫ଟା ସମୟରୁ ଖାଦ୍ୟ ଛାଡି ଦେଇଥାନ୍ତି ଓ ପୁରା ୩୬ ଘଣ୍ଟା ପରେ ମଙ୍ଗଳବାର ସକାଳ ୫ଟା ସମୟରେ ନିଜର ଉପବାସ ଭାଙ୍ଗିଥାନ୍ତି । ଉପବାସ ସମୟରେ ସୁନକ କେବଳ ପାଣି, ଚା’ ଓ ବ୍ଲାକ୍ କଫି ପିଇଥାନ୍ତି । ସୁନକ କହିଛନ୍ତି ତାଙ୍କୁ ଖାଦ୍ୟ ବହୁତ ପସନ୍ଦ କିନ୍ତୁ ଉପବାସ ପରେ ବାକି ସମସ୍ତ ଦିନ ସେ ପେଷ୍ଟ୍ରୀ ପରି ଖାଦ୍ୟପଦାର୍ଥ ଖାଇଥାନ୍ତି ।

ସୁନକ ଯେଉଁ ଉପବାସର ତରିକା ଅନୁସରଣ କରୁଛନ୍ତି ତାକୁ ମଙ୍କ ଫାଷ୍ଟ କୁହାଯାଏ । ଏହାଦ୍ୱାରା ଶରୀରକୁ ଶାରୀରିକ ଓ ମାନସିକ ଶକ୍ତି ମିଳିଥାଏ ଓ ଶରୀରରୁ ବିଷାକ୍ତ ଦ୍ରବ୍ୟ ପରିଷ୍କାର ହୋଇଯାଏ । ମଙ୍କ ଫାଷ୍ଟିଂ ଦ୍ୱାରା ଶରୀରର କ୍ଷତିଗ୍ରସ୍ତ କୋଷ ସ୍ଥାନରେ ନୂଆ କୋଷ ଆସିଥାଏ । ଏହା ବ୍ୟତିତ ଏକାଗ୍ରତା ବଢିଥାଏ ଓ ମସ୍ତିଷ୍କର କାମ କରିବାର ଶକ୍ତି ବି ବଢିଥାଏ । ଏ ପ୍ରକାର ଫାଷ୍ଟିଂ ଏଇଜିଂର ଲକ୍ଷଣକୁ ବି କମ୍ କରିଥାଏ ।

Get real time updates directly on you device, subscribe now.