fbpx

ମଧ୍ୟାହ୍ନ ସୁଦ୍ଧା ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ଭାରତର ୧୦୩ ରନ୍, ଯଶସ୍ୱୀଙ୍କ ଅର୍ଦ୍ଧଶତକ 

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ଭାରତ ପ୍ରଥମେ ବ୍ୟାଟିଂ କରି ମଧ୍ୟାହ୍ନ ଭୋଜନ ସୁଦ୍ଧା ୨ ୱିକେଟ୍ ହରାଇ ୧୦୩ ରନ୍ କରିଛି। ଯଶସ୍ୱୀ ଜୟସ୍ୱାଲ ୫୧ ଓ ଶ୍ରେୟସ ଆୟର ୪ଟି ଖେଳୁଛନ୍ତି। ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଅଧିନାୟକ ରୋହିତ ଶର୍ମା ମାତ୍ର ୧୪ ରନ୍ କରି ଆଉଟ୍ ହୋଇଥିଲେ। ଏପରିକି ଶୁବମନ ଗିଲ୍ ମଧ୍ୟ ୩୪ ରନ୍ କରିଥିଲେ।

ଯଦିଓ ପ୍ରଥମ ଟେଷ୍ଟରେ ଭାରତ ପରାଜୟ ହୋଇଥିଲା। ଦୁଇ ଦେଶ ମଧ୍ୟରେ ୫ଟି ଟେଷ୍ଟ ମ୍ୟାଚ୍ ଖେଳାଯିବ। ଆହୁରି ଚାରୋଟି ମ୍ୟାଚ୍ ଖେଳାଯିବାକୁ ରହିଛି । ଦ୍ୱିତୀୟ ଟେଷ୍ଟ ପାଇଁ ଭାରତୀୟ ଦଳରେ ଖେଳିବେ ରୋହିତ ଶର୍ମା (ଅଧିନାୟକ), ଯଶସ୍ୱୀ ଜୟସୱାଲ, ଶୁଭମନ ଗିଲ, ଶ୍ରେୟସ ଆୟର, ରଜତ ପଟିଦାର, ଅକ୍ଷର ପଟେଲ, କେଏସ୍ ଭରତ, ଆର ଅଶ୍ୱିନ, କୁଲଦୀପ ଯାଦବ, ଯଶପ୍ରୀତ ବୁମ୍ରା, ମୁକେଶ କୁମାର।

Get real time updates directly on you device, subscribe now.