fbpx

ଛତ୍ରପତି ଶିବାଜୀ ମହାରାଜଙ୍କ ଜୀବନୀ ଉପରେ ଆଧାରିତ କାହାଣୀ ନେଇ ଆସୁଛନ୍ତି ରିତେଶ ଦେଶମୁଖ, ଘୋଷଣା କରିଲେ ଫିଲ୍ମର ନାଁ

AAKASH

ମୁମ୍ବାଇ: ବଲିଉଡ଼ର ଜଣାଶୁଣା ଅଭିନେତା ରିତେଶ ଦେଶମୁଖ । ବର୍ତ୍ତମାନ ସେ ତାଙ୍କ ନୂଆ ପ୍ରୋଜେକ୍ଟକୁ ନେଇ ବ୍ୟସ୍ତ ଅଛନ୍ତି । ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ସେ ତାଙ୍କ ନୂତନ ପ୍ରୋଜେକ୍ଟ ବିଷୟରେ ଏକ ପୋଷ୍ଟ ଶେୟାର କରିଛନ୍ତି । ଏହା ସହ ଫିଲ୍ମର ନାଁ ମଧ୍ୟ ଘୋଷଣା କରିଛନ୍ତି ଯାହା ଦିବଙ୍ଗତ ଛତ୍ରପତି ଶିବାଜୀ ମହାରାଜଙ୍କ ଜୀବନୀ ଉପରେ ଆଧାରିତ ହେବ । ଏହା ସହ ରିତେଶ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିବା କଥା ଉଲ୍ଲେଖ କରିଛନ୍ତି ।

ସୋସିଆଲ ମିଡ଼ିଆରେ ରିତେଶ ଏକ ଭିଡ଼ିଓ ଶେୟାର କରି କ୍ୟାପସନରେ ଲେଖିଛନ୍ତି, ‘ଛତ୍ରପତି ଶିବାଜୀ ମହାରାଜ କେବଳ ଏକ ନାଁ ନୁହେଁ ବରଂ ଏକ ଭାବନା । ତାଙ୍କ ଜୟନ୍ତୀ ଅବସରରେ ଏହି ଧରାର ମହାନ ସୁପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାରେ ମୁଁ ଆପଣଙ୍କ ସହ ସାମିଲ ଅଛି । ତାଙ୍କ legacy ଆଗାମୀ ପିଢ଼ି ପାଇଁ ପ୍ରେରଣା ଯୋଗାଇବ । ନୂତନ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଆମେ ଆପଣଙ୍କ ଆଶୀର୍ବାଦ ଖୋଜିଥାଉ । ଜୟ ଶିବରାୟ !!’ ରିତେଶ ଶେୟାର କରିଥିବା ଏହି ପୋଷ୍ଟରେ ଛତ୍ରପତି ଶିବାଜୀଙ୍କ ଝଲକ ଦେଖିବାକୁ ମିଳିଛି । ଏହି ଫିଲ୍ମର ନାଁ ହେଉଛି ‘ରାଜା ଶିବାଜୀ’ । ଫିଲ୍ମର ପ୍ରଚ୍ଛଦପଟରେ ଯୁଦ୍ଧ ଧର୍ମ ଧର୍ମ ଯୁଦ୍ଧ ସଂଗୀତ ଶୁଣିବାକୁ ମିଳିଛି । ତେବେ ଏହି ଫିଲ୍ମ କେବଳ ହିନ୍ଦୀ ନୁହେଁ ବରଂ ମରାଠୀ ଭାଷାରେ ମଧ୍ୟ ରିଲିଜ ହେଉଛି । ମୁମ୍ବାଇ ଫିଲ୍ମ କମ୍ପାନୀ ଏବଂ ଜିଓ ଷ୍ଟୁଡ଼ିସ୍ ର ମଳିତ ସହଯୋଗରେ ଏହି ଫିଲ୍ମ ନିର୍ମାଣ ହେଉଛି । ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ରିତେଶ ଅଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ଫିଲ୍ମର ଷ୍ଟାର କାଷ୍ଟକୁ ନେଇ କୌଣସି ଖବର ମଳିନି । ରିତେଶଙ୍କ ଏହି ଫିଲ୍ମକୁ ନେଇ ପ୍ରଶଂସକମାନେ ବେଶ ଉତ୍ସାହିତ ଥିବା ଜଣାପଡ଼ିଛି ।

 

 

Get real time updates directly on you device, subscribe now.