fbpx
BSKY
BJD YOUTH SKY
BJD MS SKY

ବଡ ବିପଦର ସଂକେତ ହୋଇଥାଏ ଏହି ଗ୍ରୀନ୍ ଡଟ୍‌, କ’ଣ ଆପଣଙ୍କ ଫୋନ୍‌ରେ ବି ନଜର ଆସୁଛି କି ଏହି ଲାଇଟ୍‌

ନୂଆଦିଲ୍ଲୀ: ସ୍ମାର୍ଟଫୋନ୍ କେବଳ କଲ୍ ଓ ମେସେଜ୍ ପର୍ଯ୍ୟନ୍ତ ସୀମିତ ରହି ନ ଥାଏ । ଏବେ ଏକ ଫୋନ୍‌ରେ ଜରୁରୀ ଫଟୋ, ଭିଡିଓ, ମେସେଜ୍ ଓ ବ୍ୟାଙ୍କିଂ ଆପ୍ ରହିଥାଏ । ତେଣୁ ଫୋନ୍ ହ୍ୟାକ୍ ହେଲେ ଆପଣ ବଡ ବିପଦରେ ପଡିପାରନ୍ତି । ଫୋନ୍ ସେଫ୍ଟୀକୁ ନେଇ ବିଭିନ୍ନ ଲୋକ ଭିନ୍ନ ଭିନ୍ନ ଟିପ୍ସ ଦେଇଥାନ୍ତି । ତେବେ ଆପଣଙ୍କ ହ୍ୟାଣ୍ଡସେଟ୍ ହ୍ୟାକ୍ ହୋଇଛି କି ନା ଆପଣ ଏହିପରି ଭାବରେ ଜାଣିପାରିବେ ।

ଯଦି ଆପଣଙ୍କ ଆଣ୍ଡ୍ରଏଡ୍ ଫୋନ୍ କେହି ହ୍ୟାକ୍ କରିଛନ୍ତି କିମ୍ବା କେହି ଆପଣଙ୍କ ସିକ୍ରେଟ୍ କଥାକୁ ଶୁଣୁଛନ୍ତି ତେବେ ଡିସପ୍ଲେରେ ଗ୍ରୀନ୍ ଲାଇଟ୍ ନଜର ଆସିଥାଏ । ଏହି ଗ୍ରୀନ୍ ଡଟ୍ ଟପ୍ ରାଇଟ୍ ସାଇଡ୍‌ରେ ନଜର ଆସିଥାଏ । ଏହା ସାହାଯ୍ୟରେ ଆପଣ ଚେକ୍ କରିପାରିବେ କି ହ୍ୟାକର୍ସ ଆପଣଙ୍କ କଥା ଶୁଣୁଛନ୍ତି କି କ୍ୟାମେରାରେ ଦେଖୁଛନ୍ତି । ଏହାପରେ ଆପଣ ଆପ୍‌ର ପରମିଶନ ଦେଖନ୍ତୁ । ସେଠାରେ ଆପଣ ସନ୍ଦିଗ୍ଧ ଆପ୍‌କୁ ଚେକ୍ କରନ୍ତୁ । କେବଳ ଏତିକି ନୁହେଁ ଏହାମଧ୍ୟ ଦେଖିପାରିବେ କି କେଉଁ କେଉଁ ଆପ୍ ମାଇକ୍ ଓ କ୍ୟାମେରାକୁ ଆକ୍ସେସ୍ କରୁଅଛି । ଯଦି କୌଣସି ଆପ୍ ଅନାବଶ୍ୟକ ଅନୁମତି ମାଗୁଛି ତେବେ ସେହି ଆପ୍‌ର ପରମିଶନକୁ ରଦ୍ଦ କରିଦିଅନ୍ତୁ କିମ୍ବା ତାହାକୁ ଅନଇନଷ୍ଟଲ କରି ଦିଅନ୍ତୁ ।

Get real time updates directly on you device, subscribe now.