fbpx

ପରୀକ୍ଷା ପ୍ରସ୍ତୁତି: କପି ରୋକିବା ପାଇଁ ୪୧ ସ୍କ୍ୱାଡ୍ ଗଠନ କରିଛି ବୋର୍ଡ଼

ଓଡ଼ିଶା ଭାସ୍କର: ଫେବୃଆରୀ ୨୦ରୁ ଆରମ୍ଭ ହେଉଛି ମାଟ୍ରିକ୍ ପରୀକ୍ଷା । ପରୀକ୍ଷା କିପରି ସୁରୁଖୁରୁରେ ଚାଲିବ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହେଇଥିବା ନେଇ ବୋର୍ଡ଼ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି । ପ୍ରଶ୍ନପତ୍ର ଲିକ୍ ଭଳି ଘଟଣାକୁ ଏଡ଼ାଇବା ପାଇଁ ସତର୍କତା ଅବଲମ୍ବନ କରାଯାଇଛି । ଚଳିତ ବର୍ଷ ମୋଟ୍ ୩୦୪୭ ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୫୧ ହଜାର ୬୧୧ ଜଣ ରେଗୁଲାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ ।

ମାଟ୍ରିକ୍ ପରୀକ୍ଷାର ସୁପରିଚାଳନା ପାଇଁ ଚଳିତ ବର୍ଷ ୩ଥର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ କପି ରୋକିବା ପାଇଁ ୪୧ଟି ସ୍କ୍ୱାଡ୍ ଗଠନ କରିଛି ବୋର୍ଡ଼ । ଏହା ବାଦ୍ ଫ୍ଲାଇଂ ସ୍କ୍ୱାଡ୍ ଓ ସ୍ଥାନୀୟ ପ୍ରଶାସନ ଏବଂ ଅବଜରଭର ସ୍ତରରେ ସ୍କ୍ୱାଡ୍ ଗଠନ କରାଯାଇଛି । ଏହା ବ୍ୟତୀତ ୩୧୩ ନୋଡାଲ ସେଣ୍ଟରରେ ସିସିଟିଭି ବ୍ୟବସ୍ଥା କରାଯାଇଛି । ଅତି ସମ୍ବେଦନଶୀଳ ଅଂଚଳ ଗୁଡ଼ିକ ଜଗିବା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବସ୍ଥା କରାଯାଇଛି । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ଉପ ସଭାପତି ଡା. ନିହାର ରଂଜନ ମହାନ୍ତି ସୂଚନା ଦେଇଛନ୍ତି । ପରୀକ୍ଷାର୍ଥୀମାନେ ସକାଳ ସାଢ଼େ ୭ଟାରୁ ୮ଟା ୧୫ ମଧ୍ୟରେ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବେ । ସକାଳ ୮ଟା ୩୦ରେ ଷ୍ଟ୍ରଙ୍ଗ୍ ରୁମ୍ ଖୋଲା ହେବ । ୮ଟା ୪୫ରେ ପ୍ରଥମ ସେଟ୍ ଏବଂ ୯ଟାରେ ୨ୟ ସେଟ୍ ପ୍ରଶ୍ନପତ୍ରର ସିଲ୍ ଖୋଲାଯିବ ।

Get real time updates directly on you device, subscribe now.