fbpx

(Video) ମିଳିଥିବା ହତ୍ୟା ଧମକକୁ ନେଇ ନିଜର ପ୍ରାଥମିକ ପ୍ରତିକ୍ରିୟା ରଖିଲେ ବିଧାୟକ ସନ୍ତୋଷ ସିଂ ସାଲୁଜା

ଓଡ଼ିଶା ଭାସ୍କର: କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ମିଳିଛି ହତ୍ୟା ଧମକ। ୧୫ ଦିନ ମଧ୍ୟରେ ସାଲୁଜାଙ୍କୁ ହତ୍ୟା ନେଇ ପୋଷ୍ଟରରେ ଉଲ୍ଲେଖ ରହିଛି। ତେବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଖୋଦ, ସନ୍ତୋଷ ସିଂ ସାଲୁଜା। ନିଜର ପ୍ରାଥମିକ ପ୍ରତିକ୍ରିୟା ଦେଇ ସାଲୁଜା କହିଛନ୍ତି, “ଓଡ଼ିଶାର ବିକାଶ ପାଇଁ କେତେ ସାଲୁଜା ଆସିବେ, ରାଜନୈତିକ ଷଡଯନ୍ତ୍ର ପାଇଁ ଏମିତି କରିଛନ୍ତି। ତେବେ ଏହି ଘଟଣାରେ ପୋଲିସ ତଦନ୍ତ କରନ୍ତୁ ବୋଲି ସେ କହିଛନ୍ତି।

ସୂଚନା ଥାଉକି, ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ ବିଧାୟକ ସାଲୁଜାଙ୍କୁ ହତ୍ୟା ଧମକ ନେଇ ବିଭିନ୍ନ ସ୍ଥାନରେ ପୋଷ୍ଟର ଲାଗିଛି। ହତ୍ୟା ଧମକ ନେଇ କିଏ ବ୍ୟାନର ଲଗାଇଛି ତାହା ଜଣାପଡ଼ିନି। ତେବେ ପୋଷ୍ଟରରେ ଜଣେ ଯୁବକଙ୍କ ଫଟୋ ମଧ୍ୟ ରହିଛି। ସେଥିରେ ଲେଖାଯାଇଛି ‘ସନ୍ତୋଷ ସିଂ ସାଲୁଜାଙ୍କୁ ମୁଁ ୧୫ ଦିନ ଭିତରେ ମାରିଦେବି’। ତେବେ କଣ୍ଟାବାଞ୍ଜି ପୋଲିସ ପୋଷ୍ଟରକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି। ପୋଷ୍ଟରରେ ଥିବା ଯୁବକ ଜଣଙ୍କ କିଏ ତାହା ଜଣାପଡ଼ିନାହିଁ।

 

Get real time updates directly on you device, subscribe now.