fbpx

ଆମେଥିରୁ ଲଢ଼ିବେ କି ନାହିଁ ରାହୁଲ ଗାନ୍ଧୀ ? ଏହି ପ୍ରଶ୍ନର ଉତ୍ତର ରଖିଲେ ଜୟରାମ ରମେଶ…

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ ତାଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ସହ ଉତ୍ତରପ୍ରଦେଶର ଆମେଠିରେ ପହଞ୍ଚିଛନ୍ତି। ଏହି ଆସନକୁ ଗାନ୍ଧୀ ପରିବାରର ପାରମ୍ପରିକ ଆସନ ଭାବେ ବିବେଚନା କରାଯାଉଥିଲା। ତେବେ ୨୦୧୯ ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧୀ ଆମେଥିରୁ ହାରିଥିଲେ ଏବଂ ସ୍ମୃତି ଇରାନୀ ଏଠାରୁ ବିଜୟୀ ହୋଇଥିଲେ। ଆଗାମୀ ଲୋକସଭା ନିର୍ବାଚନରେ କଂଗ୍ରେସ ରାହୁଲ ଗାନ୍ଧୀଙ୍କୁ ଆମେଠିରୁ ପ୍ରାର୍ଥୀ କରିବ କି ବୋଲି ପ୍ରଶ୍ନର ଉତ୍ତର ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ।

ରମେଶ କହିଛନ୍ତି, ଏହା ଆମେଥିରେ ନିର୍ବାଚନୀ ଗସ୍ତ ନୁହେଁ, ବରଂ ଏକ ଆଦର୍ଶଗତ ଗସ୍ତ। ଏହି ଲୋକସଭା ନିର୍ବାଚନ ମଣ୍ଡଳୀ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ରାଜୀବ ଗାନ୍ଧୀ ଏଠାରୁ ସାଂସଦ ହୋଇଥିବା ବେଳେ ରାହୁଲ ଗାନ୍ଧୀ ୩ ଥର ସାଂସଦ ହୋଇଛନ୍ତି। ଏହା ହେଉଛି ସେମାନଙ୍କ ର କର୍ମକ୍ଷେତ୍ର । ଏଠାରୁ କିଏ ନିର୍ବାଚନ ଲଢ଼ିବ ଦେଖନ୍ତୁ, କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବାଛିବ। କିନ୍ତୁ ଏହି ଗସ୍ତକୁ ନିର୍ବାଚନ ଦୃଷ୍ଟିକୋଣରୁ ଦେଖନ୍ତୁ ନାହିଁ। ଏହାକୁ ଏକ ଆଦର୍ଶଗତ ଯାତ୍ରା ଭାବରେ ଦେଖନ୍ତୁ।

ରାହୁଲ ଗାନ୍ଧୀ ବର୍ତ୍ତମାନ କେରଳର ୱାୟନାଡରୁ ସାଂସଦ ଅଛନ୍ତି। ପୂର୍ବରୁ ସେ ଆମେଥିରୁ ଜିତି ଲୋକସଭାରେ ପହଞ୍ଚୁଥିଲେ। ସେ ୪ ଥର ନିର୍ବାଚନ ଲଢ଼ିଥିବା ବେଳେ ୩ ଥର ବିଜୟୀ ହୋଇଛନ୍ତି। ସୋମବାର ରାହୁଲ ଗାନ୍ଧୀ ଆମେଠିରେ ଅଛନ୍ତି। ବିଜେପି ସାଂସଦ ସ୍ମୃତି ଇରାନୀ ମଧ୍ୟ ଆମେଠିରେ ପହଞ୍ଚିଛନ୍ତି।

Get real time updates directly on you device, subscribe now.