fbpx

ବିପଦ ସଙ୍କେତ ଉପରେ ବହୁଛି ନଦୀ, ଚିନ୍ତାରେ ରାଜ୍ୟବାସୀ

କଟକ,୩୦ ।୮(ଓଡିଶା ଭାସ୍କର): ଆଜି ବି ହୀରାକୁଦ ଜଳଭଣ୍ଡାରର ୪୬ଟି ଗେଟ୍ ଖୋଲାରହିଛି । ବାମ ପାଖର ୩୧ଟି ଓ ଡାହାଣ ପାଖର ୧୫ଟି ଗେଟ ଖୋଲାରହିଛି । ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ଜଳସ୍ତର ୬୨୭.୯୫ ଫୁଟ ରହିଛି, ଯାହା ଚିନ୍ତା ବଢାଇବାରେ ଲାଗିଛି । ପ୍ରତି ସେକେଣ୍ଡରେ ୮,୨୮,୫ଘନଫୁଟ ଜଳ ପ୍ରବେଶ କରୁଛି ଓ ପ୍ରତି ସେକେଣ୍ଡରେ ୭ ଲକ୍ଷ ୬୫ ହଜାର ୪୦ ଘନଫୁଟ ପାଣି ନିଷ୍କାସନ ହେଉଛି ।

ଅନ୍ୟପଟେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ମହାନଦୀ ଓ ଜଳକା । କଟକ ନରାଜରେ ମହାନଦୀ ବିପଦ ସଙ୍କେତ ଉପରେ ପ୍ରବିହିତ ହେଉଛି । ଏହାର ବିପଦ ସଙ୍କେତ ୨୬.୪୧ ମିଟର ଥିବା ବେଳେ ଜଳସ୍ତର ୨୬.୮୬ ମିଟର ରହିଛି । ସେହିପରି ବାଲେଶ୍ୱରର ଜଳକା ନଦୀର ବିପଦ ସଙ୍କେତ ୫.୫୦ ମିଟର ଥିବା ବେଳେ ଜଳସ୍ତର ୬.୩୦ ମିଟର ରହିଛି । ପୁରୀ ନିମାପଡାରେ କୁଶଭଦ୍ରା ଓ ଆଳିପିଙ୍ଗରେ ଦେବୀ ନଦୀ ବଢିବାରେ ଲାଗିଛି । ଜଗତସିଂହପୁର ଜିଲ୍ଲାରେ ନଦୀ ବିପଦ ସଙ୍କେତ ଟପିସାରିଛି । ଦଳେଇଘାଇ, ମାଛଗାଁ ଓ ଆଳିପିଙ୍ଗଳରେ ଜଳସ୍ତର କ୍ରମାଗତ ଭାବେ ବଢିବାରେ ଲାଗିଛି । ଶଙ୍ଖେଶ୍ୱରରେ ପାଇବା ନଦୀର ଜଳସ୍ତର ମଧ୍ୟ ବଢିବାରେ ଲାଗିଛି । ତିର୍ତ୍ତୋଲ ଓ କୁଜଙ୍ଗ ଅଞ୍ଚଳରେ ବହୁ ଗାଁ ବନ୍ୟା ପ୍ରଭାବିତ ହୋଇଛି । ୩୬୦ ଲୋକଙ୍କ ସୁରକ୍ଷିତ ସ୍ଥାନକୁ ପ୍ରଶାସନ ସ୍ଥାନାନ୍ତର କରିସାରିଛି ।

Get real time updates directly on you device, subscribe now.