fbpx
BJD SKY
BJD SKY

ଅନ୍ତରୀକ୍ଷରେ ବହୁଛି ତାରା ନଦୀ! ଜାଣନ୍ତୁ କ’ଣ କହୁଛନ୍ତି ବୈଜ୍ଞାନିକ

BJD

ବର୍ତ୍ତମାନ ସୁଦ୍ଧା ଆପଣ ପୃଥିବୀ ପୃଷ୍ଠରେ ଥିବା ଜଳର ନଦୀ ବିଷୟରେ ଶୁଣିଥିବେ । କିନ୍ତୁ ମହାକାଶରେ ପ୍ରବାହିତ ତାରା ନଦୀ ବିଷୟରେ ଆପଣ କେବେ ଶୁଣିଛନ୍ତି କି? ଆଜ୍ଞା ହଁ! ଏପରି ଏକ ନଦୀ ଆମ ଅନ୍ତରୀକ୍ଷରେ ଥିବା ବୈଜ୍ଞାନିକମାନେ ଆବିଷ୍କାର କରିଛନ୍ତି । ତେବେ ଏହି ତାରାମାନଙ୍କର ନଦୀ ପୃଥିବୀଠାରୁ ୩୦୦ ନିୟୁତ ଆଲୋକ ବର୍ଷ ଦୂରରେ ରହିଛି । ୩୦୦ ନିୟୁତ ଆଲୋକ ବର୍ଷ ଦୂରରେ ଗ୍ୟାଲେକ୍ସିର ଏକ ଗ୍ରୁପ ରହିଛି ଯେଉଁଠାରେ ଏହି ବିରାଟ ତାରା ନଦୀ ପ୍ରବାହିତ ହେଉଛି ।

ବୈଜ୍ଞାନିକ ଭାଷାରେ ଏହାକୁ ତାରାମାନଙ୍କର ସେତୁ କୁହାଯାଏ । ବୈଜ୍ଞାନିକମାନେ ବିଶ୍ୱାସ କରନ୍ତି ଯେ ଏହା ହେଉଛି ତାରାମାନଙ୍କର ସର୍ବ ବୃହତ ନଦୀ । ଏହି ନଦୀ ବା ସେତୁ ୧.୭ ନିୟୁତ ଆଲୋକ ବର୍ଷ ଲମ୍ବା ଅଟେ । ଏ ବାବଦରେ ନେଦରଲ୍ୟାଣ୍ଡର ଗ୍ରୋନିଙ୍ଗେନ୍ ୟୁନିଭରସିଟି ଏବଂ ସ୍ପେନର ଲା ଲାଗୁନା ବିଶ୍ୱବିଦ୍ୟାଳୟର ପ୍ରଫେସର ତଥା ଜ୍ୟୋତିର୍ବିଜ୍ଞାନୀ ଜାଭିୟର୍ ରୋମାନ୍ କହିଛନ୍ତି ଯେ- ଏହି ବିଶାଳ ତାରା ନଦୀ ରିସର୍ଚ୍ଚ ସମୟରେ ଆମ ସୁଯୋଗରେ ଆସିଥିଲା।

ବାସ୍ତବରେ ବୈଜ୍ଞାନିକମାନେ ଏକ ବଡ଼ ଗ୍ୟାଲେକ୍ସି ବିଷୟରେ ଅଧ୍ୟୟନ କରୁଥିଲେ । ସେହି ସମୟରେ ସେମାନେ ହଠାତ ଏକ ଦୃଶ୍ୟ ଦେଖିଲେ ଯାହା ସେମାନେ କେବେ ଦେଖି ନଥିଲେ । ମନୁଷ୍ୟ କ୍ଷେତ୍ରରେ ଏତେ ବଡ଼ ତାରକା ନଦୀ ଅନ୍ତରୀକ୍ଷରେ ଖୋଜି ପାଇବା ଏକ ବଡ଼ କଥା । ତେବେ ଏହି ତାରାଗୁଡ଼ିକର ନଦୀ ବ୍ରହ୍ମାଣ୍ଡର ବିବର୍ତ୍ତନ ଏବଂ ଉତ୍ପତ୍ତି ସମ୍ବନ୍ଧରେ ଅନେକ ରହସ୍ୟ ପ୍ରକାଶ କରିପାରିବା ନେଇ ବୈଜ୍ଞାନିକମାନେ ବିଶ୍ୱାସ କରିଥାନ୍ତି। ହେଲେ ଏହା ଆମ ପୃଥିବୀଠାରୁ ଏତେ ଦୂରରେ ଯେ ଏହାକୁ ଭଲ ଭାବରେ ଗବେଷଣା କରିବା ପାଇଁ ଅନେକ ସମୟ ଲାଗିବ ।
ଏହି ନଦୀର ଗୋଟିଏ ଅଂଶ ଅଛି ଯାହା ଅନ୍ୟ ଅଂଶ ଅପେକ୍ଷା ଅଧିକ ଉଜ୍ଜ୍ୱଳ ଅଟେ । ତେବେ ଏଠାରେ ଅଧିକ ମାଧ୍ୟାକର୍ଷଣ ଅଛି ଯେଉଁଥିପାଇଁ ଛୋଟ ଗ୍ୟାଲେକ୍ସିଗୁଡିକ ବଡ଼ ଗ୍ୟାଲେକ୍ସି ଆଡକୁ ଟାଣି ହୋଇଯାଆନ୍ତି ବୋଲି ମଧ୍ୟ ବୈଜ୍ଞାନିକମାନେ ଆଶଙ୍କା ପ୍ରକଟ କରିଛନ୍ତି ।

Get real time updates directly on you device, subscribe now.