fbpx
BJD SKY
BJD SKY

(Video) ସତ ହେବ ତ ମାଳିକା? ଏହି ମୃର୍ତ୍ତିରୁ ବାହାରିବ କଳକୀଙ୍କ ୧୨ ହାତ ଖଣ୍ଡା… ଖୋଲିବ କଳିଯୁଗର ଗୁପ୍ତ ରହସ୍ୟ

BJD

ମହାପୁରୁଷ ଶ୍ରୀ ଅଚ୍ୟୁତାନନ୍ଦଙ୍କ ମାଳିକା ବଚନରେ ବର୍ଣ୍ଣିତ ହୋଇଥିବା ପ୍ରତ୍ୟେକ କଥା ଗୋଟି ଗୋଟି କରି ସତ ହେଉଥିବା ଦେଖାଯାଉଛି । ବହୁ ବର୍ଷ ପୂର୍ବରୁ କଳିଯୁଗ ଏବଂ ଏହାର ଶେଷ କାହାଣୀକୁ ନେଇ ମହାପୁରୁଷ ଅଚ୍ୟୁତାନନ୍ଦ ଭବିଷ୍ୟବାଣୀ କରି ଯାଇଛନ୍ତି । ଯାହା ଏବେ ସତ ହେଉଥିବା ବେଳେ ପୃଥିବୀ ଶେଷକୁ ନେଇ ଭୟ ମଧ୍ୟ ଘାରିଲାଣି । ତେବେ ମାଳିକା ଅନୁସାରେ କଳିଯୁଗ ଶେଷ ସମୟରେ ଭଗବାନ କଳକୀ ରୂପରେ ୧୨ ହାତ ଖଣ୍ଡା ଧରି ଆସିବେ । ତେବେ ଏହି ଖଣ୍ଡା ଏକ ମୂର୍ତ୍ତି ନିକଟରୁ ହିଁ ପାଇବେ କଳକୀ । ଶେଷ ହିନ୍ଦୁ ରାଜା ମୁକୁନ୍ଦ ଦେବଙ୍କ ନିହିତକ୍ଷେତ୍ର ଗୋହୁରାଟିକିରିରୁ ଏହି ଖଣ୍ଡା ନେଇ ପାପୀ ବିନାଶ କରିବେ କଳକୀ ଅବତାରୀ ।

କିନ୍ତୁ ମାଳିକା ବର୍ଣ୍ଣିତ ଓ ଐତିହାସିକ କ୍ଷେତ୍ର ଗୋହିରା ଟିକିରି ପୀଠ ଏବେ ନିଜର ଅସ୍ଥିତ୍ୱ ହରାଇବାକୁ ବସିଲାଣି । ଓଡ଼ିଶାର ଶେଷ ସ୍ୱାଧୀନ ରାଜା ମୁକୁନ୍ଦଦେବଙ୍କ ମୃତ୍ୟୁ ସ୍ଥଳୀ ଆଜି ବି ଅବହେଳିତ ହୋଇ ରହିଛି । ଏହି ମୃର୍ତ୍ତି ନିକଟରୁ ୧୨ ହାତର ଖଣ୍ଡା ମିଳିବ ବୋଲି ମାଳିକାରେ କହିଛନ୍ତି ମହାପୁରୁଷ ଅଚ୍ୟୁତାନନ୍ଦ । ଆଉ ଏହି ଖଣ୍ଡାରେ କଳିଯୁଗ ଶେଷ କରିବେ ଭଗବାନ୍ କଳକୀ । କିନ୍ତୁ ମାଳିକାରେ ବର୍ଣ୍ଣିତ ଏହି ସ୍ଥାନ ଚିହ୍ନବର୍ଣ୍ଣ ଧରି ଧିରେ ହଜିଗଲାଣି । ଶେଷ ହିନ୍ଦୁରାଜା ମୁକୁନ୍ଦଦେବଙ୍କ ନିହିତକ୍ଷେତ୍ର ଗୋହୁରାଟିକିରୀ ପୀଠ ଏବେ ଧ୍ୱଂସ ସ୍ତୁପ ପାଲଟିବାକୁ ବସିଛି । ଐତିହାସିକ ପୃଷ୍ଠଭୂମି ଓ ଇତିହାସର ମୁଖ ସାକ୍ଷୀ ଭାବରେ ପରିଚିତ ଏହି ଗୋହିରାଟିକିରି । ୨୦୧୬ ମସିହାରେ ଧାମନଗର ବ୍ଲକ ମୁସ୍ତଫାପୁର ପଞ୍ଚାୟତ ଅଧିନରେ ଥିବା ଐତିହାସିକ ଗୋହିରାଟିକିରିକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ମଧ୍ୟ ମିଳିଥିଲା । ଏହାରି ଭିତରେ ୮ ବର୍ଷ ଅତିକ୍ରମ କରିବାକୁ ବସିଲାଣି । ହେଲେ ସେତେବେଳର ଖୁସି ଏବେ ଧିରେ ଧିରେ ମଉଳିବାରେ ଲାଗିଛି ।

ସୂଚନା ଥାଉ କି, ମାଳିକା ବର୍ଣ୍ଣିତ ଓ ଐତିହାସିକ କ୍ଷେତ୍ର ଏହି ଗୋହିରାଟିକିରି ପୀଠ ହେଉଛି ଓଡ଼ିଶାର ଶେଷ ସ୍ୱାଧୀନ ରାଜା ମୁକୁନ୍ଦଦେବଙ୍କ ମୃତ୍ୟୁସ୍ଥଳୀ । ରାଜା ରାମଚନ୍ଦ୍ରଦେବଙ୍କ ସହ ଯୁଦ୍ଧରେ ପରାସ୍ତ ହୋଇ ଏହିଠାରେ ହିଁ ଜୀବନ ହାରିଥିଲେ ରାଜା ମୁକୁନ୍ଦଦେବ । ଏଠାରେ ତାଙ୍କର ସମାଧି ମଧ୍ୟ ରହିଛି । ସେହି ସମାଧି ସ୍ଥଳକୁ ଗୋହିରାଟିକିରି ନାମରେ ସମସ୍ତେ ଜାଣନ୍ତି । ଏହି ସ୍ଥାନ ଓଡିଆଙ୍କ ବୀରତ୍ୱ ଓ ପରାକ୍ରମର ଗାଥା ଗାଇଥାଏ ।

ତାହା ସହ ମାଳିକା ବର୍ଣ୍ଣିତ ଗୋହିରାଟିକିରିର କିମ୍ବଦନ୍ତୀ କିଏ ବା ନଜାଣେ । ଗୋହିରାଟିକିରିର ଏହି ଅର୍ଜୁନ ଗଛ ମୂଳରେ ଥିବା ତ୍ରେତୟା ଯୁଗରେ ରାମଚନ୍ଦ୍ରଙ୍କ ସମୟରେ ହନୁମାନ ମୂର୍ତ୍ତି ଆଜି ବି ପୂଜା ପାଉଛନ୍ତି । ଲୋକଙ୍କ କହିବା କଥା ଏହି ମୃର୍ତ୍ତି ନିକଟରୁ ୧୨ ହାତ ଖଣ୍ଡା ବାହାରିବ, ଯାହାକୁ ଧରି କଳି ଯୁଗର ଅନ୍ତ ଘଟାଇବେ କଳକୀ ଅବତାର । ତେବେ ଏହାର ଅର୍ଥ କିଛି ବି ହୋଇପାରେ । ହେଲେ ଅର୍ଜୁନ ଗଛ ଆଉ ରହିବ ନାହିଁ । ଏପଟେ ଅର୍ଜୁନ ଗଛ ମୂଳେ ପ୍ରତିଷ୍ଠା ହୋଇଥିବା ଉତ୍କଳର ଶେଷ ସ୍ୱାଧିନ ରାଜା ମୁକୁନ୍ଦଦେବଙ୍କ ପ୍ରତିମୂର୍ତ୍ତି ବି ଜରାଜୀର୍ଣ୍ଣ ହୋଇ ପଡ଼ିରହିଛି । ଏହିଠାରେ ମାଳିକା ବର୍ଣ୍ଣିତ ଅର୍ଜ୍ଜୁନ ଗଛ ରହିଛି । କିନ୍ତୁ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ଯାହା କରିବା କଥା ପ୍ରଶାସନ ତାହା ନ କରି ନିରବ ବସିଛି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।

Get real time updates directly on you device, subscribe now.