fbpx
BJD SKY
BJD SKY

ଅଟୋ ଉପରେ ମାଡିଗଲା ହାଇୱା, ସଡ଼କ ଦୁର୍ଘଟଣାରେ ୩ ମୃତ

BJD

ଅନୁଗୁଳ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ଘଟଣା କଥା ସାମ୍ନାକୁ ଆସିଛି । ଏକ ହାଇୱା ଅଟୋକୁ ଚାପିଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଶିବରାତ୍ରି ମହୋତ୍ସବ ସାରି ଝିଅକୁ ଅଟୋରେ ଶାଶୂଘରକୁ ଯିବା ସମୟରେଏପରି ଦୁର୍ଘଟଣା ଘଟାଇଥିବାର ସୂଚନା ମିଳିଛି ।

ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଖଲଗାଁ ନିକଟରେ ଏହି ଦୁର୍ଘଟଣାଟି ଘଟିଛି । ବିଳମ୍ବିତ ରାତିରେ ଅଟୋରେ ୩ଜଣ ଯାତ୍ରୀ କୁଲାସିଂହା ଫେରୁଥିଲେ । ହଠାତ ଏକ ହାଇୱା ଦ୍ରୁତଗତିରେ ଆସି ଅଟୋକୁ ଖୁବ ଜୋରରେ ବାଡ଼େଇ ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।

ଘଟଣାସ୍ଥଳରେ ଫେରାର ହୋଇଥିବା ହାଇୱାକୁ ନେଇ ତଦନ୍ତ ଜାରି ରହିଛି । ପୋଲିସ ସେଠାରେ ପହଁଚି ୩ମୃତଙ୍କୁ ଉଦ୍ଧାର କରିଛି । ହାଇୱାକୁ ଟ୍ରାକ କରିବା ପାଇଁ ରାସ୍ତାର ସିସିଟିଭି ଫୋଟେଜ ସଂଗ୍ରହ କରାଯାଉଛି ।

Get real time updates directly on you device, subscribe now.