fbpx

ଦଶହରାରେ ଦର୍ଶନ ପାଇଁ ଯାଉଥିବା ବେଳେ କେନାଲକୁ ଖସିଲା କାର୍, ଗୋଟିଏ ପରିବାରର 7 ମୃତ

ନୂଆଦିଲ୍ଲୀ: ଦଶହରାରେ ବଡ ଦୁର୍ଘଟଣା । ଛାରଖାର ହୋଇଗଲା ପୁରା ପରିବାର । ସଡକ ଦୁର୍ଘଟଣାରେ ଚାଲିଗଲା ଗୋଟିଏ ପରିବାରର 7ଜଣ ଜୀବନ । ଦଶହରାରରେ ମାଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଅଧାବାଟରେ କେନାଲକୁ ଖସି ପଡିଲା କାର୍ । ଫଳରେ 7ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ହରିୟାଣାର କୈଥଲରେ ଘଟିଛି ଏହି ଭୟଙ୍କର ସଡକ ଦୁର୍ଘଟଣା । ତେବେ ଏହି ଦୁର୍ଘଟଣାରେ ସୌଭାଗ୍ୟବଶତଃ କେବଳ କ୍ରାର ଡ୍ରାଇଭର ବଞ୍ଚି ଯାଇଛନ୍ତି । ମୃତକଙ୍କ ମଧ୍ୟରେ 4ଜଣ ଛୁଆ ଏବଂ 3ଜଣ ମହିଳା ରହିଛନ୍ତି । ଦୁର୍ଘଟଣା ବିଷୟରେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ତଦନ୍ତ ଆରମ୍ଭ କରିଛି ।

ସ୍ଥାନୀୟ ଡିଏସପିଙ୍କର କହିବା ଅନୁସାରେ, ମନ୍ଦିର ଦର୍ଶନ ପାଇଁ ଏକ ପରିବାର କାରରେ ଯାଉଥିବା ବେଳେ ମୁନ୍ଦରି ନିକଟରେ କେନାଲକୁ ଖସି ପଡିଥିଲା କାର୍ । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ହିଁ 7ଜଣଙ୍କ ମୃତ୍ୟୁ ହୋଇଛି । ମୃତ 7ଜଣଙ୍କ ମଧ୍ୟରୁ 3ଜଣ ବୟସ୍କ ମହିଳା ରହିଛନ୍ତି । ରିବାରର ଲୋକମାନେ କହିଛନ୍ତି ଯେ, ଆଜି ସକାଳେ କୈଥଲର ଗୁହଣା ଗ୍ରାମକୁ ଗୁରୁ ରବିଦାସ ମନ୍ଦିରକୁ ଦର୍ଶନ କରିବାକୁ ଯାଉଥିଲେ । ହେଲେ ଅଧା ରାସ୍ତାରେ କାରଟି ଭାରସାମ୍ୟ ହରାଇ ଦୁର୍ଘଟଣାଗସ୍ତ ହୋଇଥିଲା । ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ କାରକୁ କେନାଲରୁ ଟାଣି ଆଣିଥିଲେ, କିନ୍ତୁ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା । ସମସ୍ତେ ଆରପାରିକୁ ଚାଲିଯାଉଥିଲେ ।

Get real time updates directly on you device, subscribe now.