ପୁଅ ମୁଣ୍ଡରେ ଚଢ଼ିଗଲା ଟ୍ରକ୍‌; ମାଆବାପା, ଭିଣୋଇ ଗୁରୁତର

ପାଟଣାଗଡ଼ ଘସିଆନ-ଲରମ୍ଭା ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ।

ଭୁବନେଶ୍ବର: ପାଟଣାଗଡ଼ରୁ ଏକ ଅଭାନୀୟ ଘଟଣା ସାମ୍ନାକୁ ଆସିଛି । ପୁଅ ମୁଣ୍ଡରେ ଚଢ଼ିଗଲା ଟ୍ରକ୍‌ । ମାଆବାପା, ଭିଣୋଇ ଗୁରୁତର ହୋଇଛନ୍ତି ।

ପାଟଣାଗଡ଼ ଘସିଆନ-ଲରମ୍ଭା ରାସ୍ତାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ବାପାମାଆ, ପୁଅ ଓ ଭିଣୋଇ ବାଇକରେ ଯିବାବେଳେ ଧକ୍କା ଦେଇଥିଲା ହାଇୱା ।

ବାହାଘର କାର୍ଯ୍ୟରେ ଯୋଗଦେବାକୁ ଯାଉଥିବା ବେଳେ ଦୁର୍ଘଟଣା ହୋଇଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି ।

ଘସିଏନ ଓ ଲରମ୍ଭା ମଧ୍ୟରେ ବାଇକ୍ ଭାରସାମ୍ୟ ହରାଇ ଏକ କୁ ପିଟି ଦେଇଥିଲା। ଫଳରେ ବାଇକରେ ବସିଥିବା ଏକ ନାବାଳକର ମୃତ୍ୟୁ ହୋଇଥିଲା । ଅନ୍ୟ 3 ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରାଯାଇଛି ।