ଭୁବନେଶ୍ବର: ସକାଳୁ ସକାଳୁ ବଡ ଧରଣର ସଡକ ଦୁର୍ଘଟଣା । ମୁହାଁମୁହିଁ ହେଲା କାର୍ ଏବଂ ବାଇକ । ଟିଟିଲାଗଡରେ ଏଭଳି ଦୁର୍ଘଟଣା ହୋଇଥିବା ବେଳେ କାର୍ ଧକ୍କାରେ 2 ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ସଇଁତଳା ଥାନା ଏନଏଚ 26 ମହଙ୍ଗା ବ୍ରିଜରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ତେବେ ବାଇକକୁ ଧକ୍କା ଦେଇ କାର ଡ୍ରାଇଭର ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ସୂଚନା ରହିଛି । ତେବେ ପ୍ରାଣ ହରାଇଥିବା 2 ମୃତକଙ୍କ ପରିଚୟ ମିଳିପାରି ନାହିଁ ।
ସୂଚନା ଅନୁସାରେ, ବାଇକରେ 2ଜଣ ଆସୁଥିବା ବେଳେ କାରର ବେଗ ମଧ୍ୟ ଅଧିକ ରହିଥିଲା । ତେବେ ବିପରିତ ପାର୍ଶ୍ବରୁ ଆସୁଥିବା ବାଇକରୁ ଧକ୍କା ଦେଇଥିଲା କାର୍ । କାରର ବେଗ ଏତେ ଅଧିକ ରହିଥିଲା ଯେ, ଘଟଣାସ୍ଥଳରେ ହିଁ 2 ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଥିଲା । କେବେ ମୃତକମାନେ କିଏ ଏବଂ କେଉଁଠୁ ଆସୁଥିଲେ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ବ୍ରିଜ ଉପରେ ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି । ପୋଲିସ ଲୋକଙ୍କୁ ବୁଝାସୁଝା ଜାରି ରଖିଛି ।