fbpx

କୋଟିଆ ପରେ କାଶୀନଗରରେ ଚାଲିଛି ଆନ୍ଧ୍ରର ରାସ୍ତା ନିର୍ମାଣ

ଗଜପତି,୧୯ ।୨(ଓଡିଶା ଭାସ୍କର): କୋଟିଆ ପରେ ଏବେ ଗଜପତି କାଶୀନଗର ବ୍ଲକର ୬ ମାଇଲରେ ଦାଦାଗିରି ଚଳାଇଛି ଆନ୍ଧ୍ର । ଆନ୍ଧ୍ରର ଆଳତି ଗାଁ ନିକଟରେ ଓଡିଶା ସୀମାରେ ଚାଲିଛି ରାସ୍ତା ନିର୍ମାଣ । ରାସ୍ତା ନିର୍ମାଣ କାମ ବନ୍ଦ କରିଛନ୍ତି କାଶୀନଗର ତହସିଲଦାର । ରାସ୍ତାକାମରେ ବ୍ୟବହୃତ ଗାଡି, ସିମେଣ୍ଟ ଓ ଅନ୍ୟ ସାମଗ୍ରୀ ଜବତ କରାଯାଇଛି । କୋରାପୁଟର କୋଟିଆରେ ନିର୍ବାଚନ କରିଥିଲା ଆନ୍ଧ୍ର । କୋଟିଆ ପ୍ରସଙ୍ଗରେ ଆନ୍ଧ୍ର ବିରୋଧରେ ସୁପ୍ରିମକୋର୍ଟ ଯାଇଛନ୍ତିି ଓଡିଶା ସରକାର ।

ତେବେ କୋଟିଆ ପ୍ରସଙ୍ଗରେ ସତର୍କ କରାଇଛନ୍ତି କୋରାପୁଟର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା । ସେ କହିଛନ୍ତି ଯେ, ‘କୋଟିଆ ପାଇଁ ହୋଇଛି ବଡ ଡିଲ୍ । କିଛି କମ୍ପାନୀ ମିଳିତ ଭାବେ କୋଟିଆରେ ଖଣି ଖନନ ଚାହୁଁଛନ୍ତି । ତେଣୁ ସେମାନେ ଫଣ୍ଡିଂ ଜରିଆରେ ଷଡଯନ୍ତ୍ର ଚଳାଇଛନ୍ତି । ଓଡିଶାର ପାୱାର କରିଡରରେ ବି ସେମାନେ ଡିଲ ଉଦ୍ୟମ କରୁଛନ୍ତି । ଷଡଯନ୍ତ୍ର ରୋକିବାକୁ ଓଡିଶା ସତର୍କ ରହିବା ଜରୁରୀ ।’

Get real time updates directly on you device, subscribe now.