fbpx

ବ୍ରହ୍ମପୁର ପୋଲିସର ପ୍ରଶଂସନୀୟ ପଦକ୍ଷେପ: ସଡ଼କ ସୁରକ୍ଷା ସଚେତନତା ମାସ ପାଳନ ଅବସରରେ ଯମରାଜଙ୍କ ବାର୍ତ୍ତା

ବ୍ରହ୍ମପୁର, ୨୩ା୧ (ଓଡିଶା ଭାସ୍କର): ସଡ଼କ ସୁରକ୍ଷା ସଚେତନତା ମାସ ପାଳନ ଅବସରରେ ଯମରାଜ ସାଧାରଣ ଜନତାଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟିଛନ୍ତି । ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ସ୍ୱୟଂ ଯମରାଜ ମର୍ତ୍ତ୍ୟମଣ୍ଡଳରେ ଅବତରଣ କରିଛନ୍ତି । ବ୍ରହ୍ମପୁର ପୋଲିସ ପକ୍ଷରୁ ଏହି ଅଭିନବ ଉପାୟରେ ଲୋକଙ୍କୁ ଜୀବନ ରକ୍ଷା ଉଦ୍ଦେଶ୍ୟରେ ସଚେତନ କରାଯାଇଛି ।

ଏହି ଅବସରରେ ଯମରାଜ ଗାଡ଼ି ଚଳାଇବା ସମୟରେ କେଉଁ କେଉଁ ନିୟମ ମାନିବାକୁ ପଡ଼ିବ ସେ ନେଇ ଲୋକଙ୍କୁ ଅବଗତ କରାଇଥିଲେ । ଟ୍ରାଫିକ ନିୟମ ମାନିବା, ହେଲମେଟ ପିନ୍ଧିବା, ଦ୍ରୁତ ଗତିରେ ଗାଡ଼ି ନ ଚଳାଇବା ଆଦି ନିୟମ ବିଷୟରେ ଜନସାଧାରଣଙ୍କୁ ସଚେତନ କରାଇଥିଲେ । ବ୍ରହ୍ମପୁର ସହରର ଖଲ୍ଲିକୋଟ କଲେଜ, ପୁରୁଣା ବସଷ୍ଟାଣ୍ଡ, ଅନ୍ନପୂର୍ଣ୍ଣ ବଜାର ସହ ଅନ୍ୟ ଅଞ୍ଚଳରେ ଏହି ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଏସଡିପିଓ, ଗୋସାଣିନୂଆଗାଁ ଆଇଆଇସି, ବ୍ରହ୍ମପୁର ଟ୍ରାଫିକ ଡିଏସପି ପ୍ରମୁଖ ବ୍ୟକ୍ତି ଯୋଗଦେଇ ଜନସାଧାରଣଙ୍କୁ ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନ କରାଇଥିଲେ ।

Get real time updates directly on you device, subscribe now.