fbpx
BJD SKY
BJD SKY

ରୋପୱେ ଦୁର୍ଘଟଣା: ଉଦ୍ଧାର ଚାଲିଥିବା ବେଳେ ଖସିଗଲା ଯୁବକଙ୍କ ହାତ, ସାମ୍ନାକୁ ଆସିଲା ମୃତ୍ୟୁର Video

BJD

ପାଟନା: ଝାଡ଼ଖଣ୍ଡ ଦେୱଘର ଜିଲ୍ଲାର ବାବା ବୈଦ୍ୟନାଥ ମନ୍ଦିର ନିକଟରେ ତ୍ରିକୂଟ ପାହାଡ଼ରେ ଅଚାନକ୍ ହୋଇଥିବା ସମସ୍ୟା ଯୋଗୁଁ ଅନେକ ପର୍ଯ୍ୟଟକ ମଝି ଆକାଶରେ ଫସିଥିଲେ । ଭୂମିରୁ ପ୍ରାୟ ୫୦୦ ଫୁଟ ଉପରେ ଝୁଲିଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କରିବା ପାଇଁ ଏନଡିଆରଏଫ୍, ଭାରତୀୟ ବାୟୁସେନା ଓ ଗରୂଡ କମାଣ୍ଡୋଙ୍କ ସହାୟତା ନିଆଯାଉଛି । ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ୪୨ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ୬ ଜଣ ଝୁଲନ୍ତା ଅବସ୍ଥାରେ ଅଛନ୍ତି । ଆଜି ୬ ବୟସ୍କଙ୍କ ସମେତ ଜଣେ ଶିଶୁକୁ ଉଦ୍ଧାର କରାଯାଇଛି । ହେଲିକପ୍ଟର ସାହାଯ୍ୟରେ ଫସିରହିଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଉଛି ଏହା ସହ ସେମାନଙ୍କୁ ଖାଦ୍ୟ ମଧ୍ୟ ଦିଆଯାଉଛି ।

ଅନ୍ୟପଟେ ଯେଉଁମାନେ ଏହି ରୋପୱେକୁ ନିର୍ମାଣ କରିଥିଲେ, ସେମାନେ ବି ନିଜ ଟିମ୍ ସହ ସେଠାରେ ପହଞ୍ଚି ଫସିରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ସମସ୍ତ ପ୍ରୟାସ କରୁଛନ୍ତି । ଲୋକଙ୍କୁ ଜଣଙ୍କ ପରେ ଜଣେ ଉଦ୍ଧାର କରାଯାଉଛି । ଉଦ୍ଧାର ଚାଲିଥିବା ସମୟରେ ଜଣେ ଯୁବକ ତଳକୁ ଖସିପଡ଼ିଥିବାର ଭିଡିଓ ସାମ୍ନାକୁ ଆସିଛି । ଭିଡିଓକୁ ଦେଖି ଆପଣଙ୍କର ବି ଲୋମ ଟାଙ୍କୁରି ଯିବ ।

ଭିଡିଓରେ ଦେଖିବାକୁ ମିଳିଛି ଯେ, ଯୁବକଙ୍କୁ ଦଉଡ଼ି ସାହାଯ୍ୟରେ ଭିତରକୁ ଟାଣିବାକୁ ଚେଷ୍ଟା କରାଯାଉଛି । କିନ୍ତୁ ହେଲିକପ୍ଟର ନିକଟରେ ପହଞ୍ଚିବା ପରେ ଯୁବକଙ୍କ ହାତ ଅଚାନକ୍ ଖସିଯାଇଥିଲା । ଫଳରେ ଯୁବକ ଜଣକ ତଳକୁ ଖସିପଡିଥିଲେ । ଅତି ଉଚ୍ଚରୁ ଖସିଥିବା ଫଳରେ ତାଙ୍କର ମୃତ୍ୟୁ ଘଟିଛି ।

ସୂଚନାଯୋଗ୍ୟ, ରବିବାର ସନ୍ଧ୍ୟାରେ ରାମନବମୀ ଅବସରରେ ଝାଡ଼ଖଣ୍ଡ ଦେବଘର ସ୍ଥିତ ତ୍ରିକୂଟ ପର୍ବତକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ବୁଲିବାକୁ ଆସିଥିଲେ ଏବଂ ରୋପୱେର ମଜା ନେଉଥିଲେ ଏହାରି ମଧ୍ୟରେ ରୋପୱେର ଏକ ତାର ଛିଡ଼ି ଯାଇଥିଲା ଏବଂ ଏହା ଯୋଗୁଁ ଏକ ଟ୍ରଲୀ ତଳକୁ ଖସିଥିଲା ଫଳରେ ଚାରି-ପାଞ୍ଚଟି ତାର ପରସ୍ପର ସହ ଛନ୍ଦି ହୋଇଯାଇଥିଲା । ଏହି ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.