fbpx
BJD SKY
BJD SKY

ଥାନା ପାଖ ବ୍ୟାଙ୍କରେ ଲୁଟ, ୨ଟି ଦୁର୍ବୁତ୍ତ ବନ୍ଧୁକ ଦେଖାଇ ଉଡାଇନେଲେ ୧୦ ଲକ୍ଷ

BJD

ଜୟପୁର: ରାଜସ୍ଥାନର ଜୟପୁର ଜିଲ୍ଲାରେ ହୋଲିପର୍ବ ଦିନ ବ୍ୟାଙ୍କ ଡକାୟତି ହୋଇଥିବା କଥା ସାମ୍ନାକୁ ଆସିଛି । ଥାନାର ୫୦୦ମିଟର ଦୂରରେ ଥିବା ଏକ ବ୍ୟାଙ୍କରୁ ଦୁଇଟି ଦୁର୍ବୁତ୍ତ ୧୦ ଲକ୍ଷଟଙ୍କା ଲୁଟ କରି ଫେରାର ହୋଇଯାଇଛନ୍ତି । ଲୁଟେରାଙ୍କ ଏହି ସମସ୍ତ କାଣ୍ଡ ସିସିଟିଭିରେ କଏଦ ହୋଇଛି ।

ସୂଚନା ଅନୁଯାୟୀ, ଏହି ଦୁଇ ବଦମାସ ବ୍ୟାଙ୍କ ବାହାରେ ଲୁଚି ବସିଥିଲେ । ସକାଳ ୧୦ ସମୟରେ ବ୍ୟାଙ୍କ ଖୋଲିବା ମାତ୍ରେ ସେମାନେ ଭିତରକୁ ପ୍ରବେଶ କରିଥିଲେ । ସେଠାରେ ବ୍ୟାଙ୍କକର୍ମୀ ମାନଙ୍କୁ ବନ୍ଧୁକ ଦେଖାଇ ଲକର ଖୋଲିବାକୁ ଧମକ ଦେଇଥିଲେ, ସେହି ଲକରରେ ୫୦ ଲକ୍ଷ ଥିଲା ହେଲେ ସେମାନେ ତରବର ହୋଇ ୧୦ ଲକ୍ଷ ଟଙ୍କା ନେଇଯାଇ, ସେହି ସ୍ଥାନରୁ ପଳାୟନ କରିଛନ୍ତି । ଏହା ଜୟପୁର ଜିଲ୍ଲା ଶ୍ୟାମ ନଗର ଅଂଚଳର ଡିସୀଏମ ଚୌରାହେ ନିକଟରେ ଥିବା ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କରେ ଘଟିଛି ।

ଘଟଣାସ୍ଥଳରେ ସେହି ଦୁର୍ବୁତ୍ତ ଟଙ୍କା ଲୁଟ କରିସାରିବା ପରେ ବ୍ୟାଙ୍କର ଜଣେ କର୍ମଚାରୀଙ୍କ ଗାଡି ନେଇ ଫେରାର ହୋଇଯାଇଛନ୍ତି । ପୋଲିସ ଏହି ଘଟଣାରେ ଲୁଟେରା ମାନଙ୍କୁ ଖୋଜିବା ଆରମ୍ଭ କରିଦେଇଛି । ଏଥିପାଇଁ ବ୍ୟାଙ୍କର ସିସିଟିଭି କ୍ୟାମେରା ଚେକ୍ କରାଯାଉଛି । ବ୍ୟାଙ୍କରେ ଲୁଟେରାମାନେ ଦୀର୍ଘ ୪୫ ମିନିଟ ରହିଥିଲେ । ତେବେ ସହରର କୋଣ ଅନୁକୋଣ ପୋଲିସ ସେହି ଲୁଟେରାଙ୍କୁ ଖୋଜୁଛି ।

Get real time updates directly on you device, subscribe now.