fbpx

ଜୀବନ ନେଇଗଲା ରୋବଟ୍‌, ଏକ ବାକ୍ସ ମନେ କରି ମେକାନିକର ଶରୀରକୁ ଦଳି କରିଦେଲା ଦୁଇଖଣ୍ଡ

ନୂଆଦିଲ୍ଲୀ: ଏବେ ସାରା ବିଶ୍ୱ ଟେକ୍ନୋଲଜି କ୍ଷେତ୍ରରେ ବହୁତ ଉନ୍ନତି କରିସାରିଛି । ଏବେ ତ ଏପରି ରୋବଟ୍ ବାହାରିଲାଣି ଯାହା ମାନବ ପରି ସମସ୍ତ କାର୍ଯ୍ୟ କରିପାରୁଛି । ଏପରି କି ବୈଜ୍ଞାନିକମାନେ ଏବେ ଏପରି ରୋବଟ୍ ନିର୍ମାଣ କରିବାକୁ ଯାଉଛନ୍ତି ଯାହା କେବଳ ମାନବ ପରି କାମ କରିବ ନାହିଁ ମାନବ ପରି ଚିନ୍ତା ବି କରିପାରିବ । କିନ୍ତୁ ଯଦି ଏହି ରୋବଟ୍ ମାନବର ସହାୟତା କରିବା ପରିବର୍ତ୍ତେ ମାନବର ଜୀବନ ନେଇଯାଏ ତେବେ ?

ଦକ୍ଷିଣ କୋରିଆରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି । ଏଠାରେ ରୋବଟ୍ ଜଣେ ବ୍ୟକ୍ତିକୁ ହତ୍ୟା କରିଦେଇଛି । ରୋବଟ୍ ଏହି ବ୍ୟକ୍ତିର ଛାତି ଓ ମୁହଁକୁ ଏପରି ଭାବରେ ଦଳି ଦେଇଛି ଯେ, ତାଙ୍କୁ ଚିହ୍ନିବା ବି କଷ୍ଟକର ହୋଇପଡିଛି । କୁହାଯାଉଛି ରୋବଟ୍‌ରେ କିଛି ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ଏହି ରୋବଟ୍ ବ୍ୟକ୍ତିଙ୍କୁ ସିମଳା ଲଙ୍କା ଭର୍ତ୍ତି ଏକ ବାକ୍ସ ଭାବି ଦଳି ଦେଇଥିଲା । ଏହି ଦୁର୍ଘଟଣା ଘଟିବା ସମୟରେ ବ୍ୟକ୍ତି ଜଣକ ରୋବଟ୍‌ର ଟେକନିକାଲ ତ୍ରୁଟି ପରୀକ୍ଷା କରୁଥିଲେ । ଏହି ବ୍ୟକ୍‌ତିଙ୍କ ବୟସ ୪୦ ହୋଇଥିବା ବେଳେ ସେ ରୋବୋଟିକ୍ସ କମ୍ପାନୀର ଜଣେ କର୍ମଚାରୀ ଥିଲେ । ବ୍ୟକ୍ତି ଜଣକ ଦକ୍ଷିଣ ଗ୍ୟୋଙ୍ଗସାଙ୍ଗ ଅଞ୍ଚଳରେ କୃଷିଜାତ ଦ୍ରବ୍ୟ ବିତରଣ କେନ୍ଦ୍ରରେ ରୋବଟ୍‌ର ସେନ୍‌ସର ପରୀକ୍ଷା କରୁଥିଲେ ।

ରିପୋର୍ଟରୁ ଜଣାପଡିଛି କି ରୋବଟ୍ ବାକ୍ସ ଓ ମଣିଷ ମଧ୍ୟରେ ଫରକ ଜାଣି ପାରି ନ ଥିଲା ଓ ସେ ମଣିଷକୁ ହିଁ ବାକ୍ସ ଭାବି ବିନା କୌଣସି ଅର୍ଡରରେ ବ୍ୟକ୍ତି ଶରୀରର ଉପର ଭାଗକୁ ତଳ ଭାଗରୁ ଅଲଗା କରି ଦେଇଥିଲା । ସ୍ଥାନୀୟ ପୋଲିସ କହିଛି ରୋବଟ୍ ପନିପରିବା ଭର୍ତ୍ତି ବାକ୍ସ ଉଠାଇବା ବେଳେ ଏଥିରେ ଟେକନିକାଲ ତ୍ରୁଟି ଦେଖାଦେଇଥିଲା । ଫଳରେ ସେ ଏହା ସାମ୍ନାରେ ଛିଡା ହୋଇଥିବା ବ୍ୟକ୍ତିଙ୍କୁ ଏକ ବାକ୍ସ ବୋଲି ଭାବି ନେଇଥିଲା ।

Get real time updates directly on you device, subscribe now.