fbpx
BJD SKY
BJD SKY

ରୋହିତ ଶର୍ମା ହାସଲ କଲେ ବଡ ଉପଲବ୍ଧି: ଅନ୍ତର୍ଜାତୀୟ କ୍ରିକେଟରେ ଏହି ଲିଷ୍ଟରେ ସାମିଲ

BJD

ନୂଆଦିଲ୍ଲୀ: ଅହମ୍ମଦାବାଦ ଟେଷ୍ଟରେ ଏକ ବଡ ରେକର୍ଡ ପ୍ରତିଷ୍ଠା କରିଛନ୍ତି ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା । ବର୍ଡର ଗାଭାସ୍କର ଟ୍ରଫିର ଶେଷ ଟେଷ୍ଟରେ ୨୧ ରନ କରିବା ସହିତ ଏକ ବଡ ଉପଲବ୍ଧି ହାସଲ କରିଛନ୍ତି ହିଟମ୍ୟାନ । ଏହି ୨୧ ରନ ସହିତ ସେ ଅନ୍ତର୍ଜାତୀୟ କ୍ରିକେଟରେ ୧୭୦୦୦ ରନ ହାସଲ କରିଛନ୍ତି । ଏମିତି କାରନାମା କରିବାରେ ସେ ପାଲଟିଛନ୍ତି ସପ୍ତମ ଭାରତୀୟ ଖେଳାଳି । ତେବେ ଏହି ଲିଷ୍ଟରେ ସର୍ବ ଶୀର୍ଷ ସ୍ଥାନରେ ରହିଛନ୍ତି କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର । ୨୪ ବର୍ଷର ଲମ୍ବା କ୍ରିକେଟ କ୍ୟାରିୟରରେ ସେ ୬୬୪ ମ୍ୟାଚରୁ ମୋଟ ୩୪୩୫୭ ରନ୍ ସଂଗ୍ରହ କରିଛନ୍ତି ।

Rohit Sharma Wallpaper 4K, Cricket, Mumbai Indians, Sports, #4993

ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଅନ୍ତର୍ଜାତୀୟ କ୍ରିକେଟରେ ୧୭ ହଜାର ରନ ପୂରଣ କରି ନେଇଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟରେ ସେ ଏହି ଉପଲବ୍ଧି ହାସଲ କରିଛନ୍ତି । ରୋହିତଙ୍କ ପୂର୍ବରୁ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ବିରାଟ କୋହଲି, ରାହୁଲ ଦ୍ରାବିଡ, ସୌରଭ ଗାଙ୍ଗୁଲି, ଏମ.ଏସ ଧୋନୀ ଏବଂ ବିରେନ୍ଦ୍ର ସେହୱାଗ ଏହି ତାଲିକାରେ ସ୍ଥାନ ପାଇ ସାରିଛନ୍ତି । ତେବେ ଭାରତର ସପ୍ତମ ଖେଳାଳି ଭାବରେ ଏହି ରେକର୍ଡ ନିଜ ନାମରେ କରିଥିବା ବେଳେ ସାରା ବିଶ୍ୱରେ ରୋହିତ ୨୮ତମ ଖେଳାଳି ପାଲଟିଛନ୍ତି ।

या भारतीय क्रिकेटपटूंनी खेळांव्यतिरिक्त व्यवसायातून कमाई केली आहे कोट्यावधी  रुपयांची - Maharashtra Today

ତେବେ ଅଷ୍ଟ୍ରେଲିଆ ବିପକ୍ଷ ଏହି ମ୍ୟାଚ ସହ ରୋହିତ ନିଜର ୪୩୮ ତମ ଅନ୍ତରାଷ୍ଟ୍ରୀୟ ମ୍ୟାଚ ଖେଳୁଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ସେ ୪୨.୯୫ ହାରରେ ମୋଟ ୧୭୦୦୦ ରନ କରିସାରିଛନ୍ତି । ତାଙ୍କ କ୍ୟାରିୟରରେ ସେ ୪୩ଟି ଶତକ ସହ ୯୧ଟି ଅର୍ଦ୍ଧଶତକ ହାସଲ କରିଥିବା ବେଳେ ୩ଟି ଦ୍ୱିଶତକ ସାମିଲ ରହିଛି । ଏହାସହିତ ସେ ବିଶ୍ୱ କ୍ରିକେଟରେ ଗୋଟିଏ ଇନିଂସରେ ସର୍ବାଦିକ ବ୍ୟକ୍ତିଗତ ସ୍କୋର କରିବାର ରେକର୍ଡ ମଧ୍ୟ ନିଜ ନାମରେ କରିଛନ୍ତି । ଶ୍ରୀଲଙ୍କା ବିପକ୍ଷ ଦିନିକିଆରେ ୨୬୪ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ ହିଟମ୍ୟାନ ରୋହିତ ଶର୍ମା ।

Get real time updates directly on you device, subscribe now.