fbpx
BJD SKY
BJD SKY

କାରାଗାରରେ ଶୁଭିବ ପାଠପଢା, କଏଦୀ ମାନଙ୍କୁ ପାଠ ପଢ଼ାଇବେ ଶିକ୍ଷିତ କଏଦୀ

BJD

ଭୁବନେଶ୍ୱର: ଯେଉଁମାନେ ଜେଲ ଦଣ୍ଡ ଭୋଗ କରନ୍ତି ବାସ୍ତବରେ ସମସ୍ତେ ଅପାଠୁଆ ନୁହନ୍ତି । ଏଭଳି ଅନେକ ଲୋକ ଜେଲ ଦଣ୍ଡ ଭୋଗ କରନ୍ତି ଯେଉଁମାନଙ୍କ ପାଖରେ ଶିକ୍ଷାଗତ ଯୋଗ୍ୟତା ମଧ୍ୟ ଭଲ ଅଛି । କିନ୍ତୁ ସେମାନେ କରିଥିବା ଭୁଲ ପାଇଁ ତାଙ୍କୁ କାରାଗାରରେ ସମୟ ବିତାଇବାକୁ ବା ଦଣ୍ଡ ଭୋଗିବାକୁ ବାଧ୍ୟ ହେବାକୁ ପଡେ । କିନ୍ତୁ ଏବେ ଜେଲ ବିଭାଗ କିଛି ଏଭଳି ଉପାୟ ଚିନ୍ତା କରିଛି ଯାହା ଦ୍ୱାରା ଏହି ପାଠୁଆ କଏଦୀ ମାନେ ତାଙ୍କର ଶିକ୍ଷାଗତ ଯୋଗ୍ୟତାକୁ କାର୍ଯ୍ୟରେ ଲଗାଇପାରିବେ ଆଉ ଏହା ବଦଳରେ ଟଙ୍କା କିଛିଟା ଭଲ ରୋଜଗାର ମଧ୍ୟ କରି ପାରିବେ ।

ସୂଚନାମୁତାବକ ଅନ୍ୟରାଜ୍ୟ ଭଳି ଓଡିଶାରେ ମଧ୍ୟ ପାଠୁଆ କଏଦୀ ମାନେ ଅନ୍ୟ କଏଦୀ ମାନଙ୍କୁ ଶିକ୍ଷା ଯୋଗାଇ ପାରିବେ । ଆଉ ଏହା ପାଇଁ ତାଙ୍କୁ ପାରିଶ୍ରମିକ ମଧ୍ୟ ଦିଆଯିବ ।

ପ୍ରଥମେ ଏହି ବ୍ୟବସ୍ଥା ରାଜ୍ୟର ଝାରପଡା ଆଉ ଚୌଦ୍ୱାର ଜେଲରୁ ଆରମ୍ଭ କରାଯିବ । ସମୟକ୍ରମେ ଏହାକୁ ଅନ୍ୟ ଜେଲ ମାନଙ୍କରେ ମଧ୍ୟ କାର୍ଯ୍ୟ କାରୀ କରାଯିବ । ଆପଣ ଦେଖିଥିରେ ଅନେକ ସମୟରେ ଜେଲରେ ରହୁଥିବା କଏଦୀ ମାନେ ବିଭିନ୍ନ କାର୍ଯ୍ୟ କଳାପ ଯେପରି ଫିନାଇଲ, ଧୂପକାଠି ଆଦି ନିର୍ମାଣ କରିବା ଅବା କୌଣସି ସାମଗ୍ରୀ ପ୍ରସ୍ତୁତ କରି ସେମାନଙ୍କର ଭଲ ପ୍ରଦର୍ଶନ ଦେଖାଇଥାଆନ୍ତି ।

ଆଉ ଏବେ ଏହି କଏଦୀ ମାନେ ମଧ୍ୟ ପାଠ ପଢ଼ାର ସୁଯୋଗ ପାଇବେ । ପୂର୍ବରୁ ବହୁ କଏଦୀ ମାନେ ଇଗନୋରେ ନାମ ଲେଖାଇ ପାଠ ପଢ଼ୁଛନ୍ତି । ତେବେ ଜେଲରେ ଥିବା ଶିକ୍ଷିତ କଏଦୀ ମାନେ ଅନ୍ୟ ମାନଙ୍କୁ ପାଠ ପଢ଼ାଇବା ଦ୍ୱାରା ତାଙ୍କର ପାଠପଢ଼ା କ୍ଷେତ୍ରରେ ଅନେକ ସୁବିଧା ହେବ । ଆପଣ ମଧ୍ୟ ଶୁଣିଥିବେ ଅନେକ କଏଦୀ ଦଶମ ପରୀକ୍ଷା ଦେଇ ସେଥିରେ ଉତ୍ତୀର୍ଣ୍ଣ ହେଇଥାଆନ୍ତି ।

ମିଳିଥିବା ତଥ୍ୟ ଅନୁସାରେ ଗତ ୪ ବର୍ଷରେ ଜେଲ୍‌‌ରେ ୧୩ହଜାର ୪୨୩ କଏଦୀ ଶିକ୍ଷିତ ହୋଇଛନ୍ତି। ୨୦୧୮ ମସିହାରେ ୩୮୪୪ଜଣ ଓ ୨୦୧୯ରେ ୩୭୨୫ ଜଣ କଏଦୀ ଉଚ୍ଚଶିକ୍ଷା ପାଇଛନ୍ତି।

Get real time updates directly on you device, subscribe now.