fbpx
BJD SKY
BJD SKY

ଆରମ୍ଭ ହେଲା ମିଶ୍ରଣ ପର୍ବ ; ବିଜେପିରେ ମିଶିଲେ ଅଭିନେତ୍ରୀ ଜିନା , ସ୍ୱାମୀ ରୁଦ୍ର

BJD

ଭୁବନେଶ୍ୱର : ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି । ଦଳକୁ ସୁଦୃଢ କରିବା ପାଇଁ ଦଳୀୟ ସୁପ୍ରିମୋମାନେ ମଙ୍ଗ କଶିବା ଆରମ୍ଭ କରି ସାରିଲେଣି । ତେବେ ରାଜ ନୀତି ସରଗରମ ଥିବା ବେଳେ ଏହି ଋତୁରେ ଏକ ପର୍ବ ପଡେ ତାହା ହେଉଛି ମିଶ୍ରଣ ପର୍ବ । ଶହ ଶହ କର୍ମୀ ଏହି ଦଳରେ ସାମିଲ ହୁଅନ୍ତି । ଗୋଟିଏ ଦଳ ଛାଡି ଅନ୍ୟରେ ଯୋଗ ଦିଅନ୍ତି । ସାଧାରଣ ଜନତା ଏହାକୁ ଡିଆଁ ପର୍ବ ବୋଲି ମଧ୍ୟ କୁହନ୍ତି । ସେହିପରି ଭାବରେ ଆଜି ରାଜ୍ୟ ବିଜେପି ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଅଭିନେତ୍ରୀ ଜିନା ଏବଂ ତାଙ୍କ ସ୍ୱାମୀ ରୁଦ୍ର ବିଜେପିରେ ସାମିଲ ହୋଇଛନ୍ତି । ସେମାନଙ୍କ ସହ ଆହୁରି ୮୦ ଜଣ କର୍ମୀ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି ।

‘ବାଟୋଇ ରେ ବାଟୋଇ’ ଆଲମବ ଜଗତରେ ବେଶ ଖ୍ୟାତି ଅର୍ଜନ କରିଥିବା ଜିନା ସାମଲ ଫେରିଆ ମୋ’ ସୁନାଭଉଣୀ’ ଚଳଚ୍ଚିତ୍ର ମାଧ୍ୟମରେ ଓଲିଉଡ୍ରେ ନାୟିକାଭାବେ ପ୍ରବେଶ କରିଥିଲେ। ପରେ କେତୋଟି ହାତଗଣତି ଓଡ଼ିଆ ଚଳଚ୍ଚିତ୍ର ଏବଂ ସିରିଏଲରେ ଅଭିନୟ କରିଥିଲେ । ପରେ ଏକ ସ୍ୱୟଂମ୍ବର କରି ଅଭିନେତା ରୁଦ୍ରଙ୍କୁ ବିବାହ କରିଥିଲେ। ସେହିପରି ରୁଦ୍ର ମଧ୍ୟ ଆଲବମ୍ ରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ‘ମନେ ରହିବ ଏ ପ୍ରେମକାହାଣୀ’ ଜରିଆରେ ଓଲିଉଡ ନାୟକ ଭୂମିକାରେ ରୁଦ୍ର ପରଦା ଉପରକୁ ଆସିଥିଲେ । । ‘ଝିଅଟା ବିଗିଡ଼ିଗଲା’, ‘ପ୍ରେମୀ ଦିଓ୍ଵାନା’ ଓ ରଘୁ ସର୍ଦ୍ଦାର ଭଳି ଓଡ଼ିଆ ଛବିରେ ମଧ୍ୟ ରୁଦ୍ରଙ୍କୁ ଦେଖିବାକୁ ମିଳିଛି।

Get real time updates directly on you device, subscribe now.