fbpx

ଆସନ୍ତା ୨୬ରେ ଓଡିଶା ଆସିବେ ଅମିତ୍ ଶାହା, ଧାମନଗରରେ ହେବ ବିଜେପିର ମହାସଭା

ଭୁବନେଶ୍ୱର : ଆସନ୍ତା ୨୬ ତାରିଖରେ ଅମିତ୍ ଶାହା ଦିନିକିଆ ଓଡିଶା ଗସ୍ତରେ ଆସିବେ । ଧାମନଗରରେ ଏକ ବିଶାଳ ସଭାର ଆୟୋଜନ କରାଯିବ । ସେହି ସଭାରେ ଉଦବୋଧନ ଦେବା ପାଇଁ ଅମିତ ଶାହା ଓଡିଶାଗସ୍ତରେ ଆସିବେ । ସଭା ପୂର୍ବରୁ ସେ ଦର୍ଶନ ପାଇଁ ଆଖଣ୍ଡଳମଣି ମନ୍ଦିର ଯିବେ ପରେ ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିବେ । ତା ପରେ ସେ ଭୁବନେଶ୍ୱର ସ୍ଥିତ ବିଜେପି କାର୍ଯ୍ୟାଳୟରେ କର୍ମୀମାନଙ୍କୁ ଦେଖା କରି ଦିଲ୍ଲୀ ଫେରିଯିବେ ବୋଲି ଲେଖାଶ୍ରୀ ସାମନ୍ତରାୟ ସୂଚନା ଦେଇଛନ୍ତି ।

୨୦୨୪ ନର୍ମାଚନ ପାଇଁ ଅମିତ ଶାହା ଓଡିଶା ଆସିବେ । ଦଳୀୟ ନେତା ଓ କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେବେ । ପ୍ରଥମେ ସେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧା ଭଦ୍ରକ ଆରଡିକୁ ଯାତ୍ରା କରିବେ । ସେଠାରେ ଆଖଣ୍ଡଳମଣି ମନ୍ଦିର ଯିବା ମହାଦେବଙ୍କ ଦର୍ଶନ କରିବେ ।ପରେ ସେ ସିଧାସଳଖ ଧାମନଗରରେ ହେବାକୁ ଥିବା ମହାସଭାବେଶରେ ଯୋଗ ଦେବେ । ସେଠାରେ ନେତା କର୍ମୀଙ୍କୁ ଉଦବୋଧନ ଦେବା ପରେ ସେ ପୁଣି ଭୁବନେଶ୍ୱର ଆସିବେ । ସେଠାରେ କାର୍ଯ୍ୟାଳୟ ପରିଦର୍ଶନ କରିବେ । ଏହା ରାଜ୍ୟ ବିଜେପି ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । କାର୍ଯ୍ୟାଳୟ ପରିଦେର୍ଶନ ପରେ ସେହି ଦିନ ହିଁ ସେ ପୁଣି ଦିଲ୍ଲୀ ଫେରିଯିବେ ।

Get real time updates directly on you device, subscribe now.