fbpx
BJD SKY
BJD SKY

T20 World Cupରେ ଦିଲଶାନଙ୍କ ରେକର୍ଡ ଭାଙ୍ଗିଲେ ହିଟମ୍ୟାନ ରୋହିତ: କଲେ ଏମିତି କାରନାମା

BJD

ନୂଆଦିଲ୍ଲୀ: ନେଦରଲାଣ୍ଡ ବିପକ୍ଷ ମ୍ୟାଚରେ ୫୬ ରନର ଏକ ବିଶାଳ ବିଜୟ ହାସଲ କରିଛି ଭାରତ । ଏହି ମ୍ୟାଚରେ ନିଜ ପୁରୁଣା ରୂପକୁ ଫେରିଛନ୍ତି ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା । ଗତ କିଛିଟା ମ୍ୟାଚରେ ଶାସ୍ତାରେ ଆଉଟ ହେଉଥିବା ବେଳେ ଆଜି ନେଦରଲାଣ୍ଡ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଛନ୍ତି । ୭ଟି ମ୍ୟାଚ ପରେ ତାଙ୍କ ବ୍ୟାଟରୁ ଏକ ଅର୍ଦ୍ଧଶତକୀୟ ପାଳି ଦେଖିଛି ଭାରତ । ୩୯ ବଲରୁ ୪ଟି ଚୌକା ଏବଂ ୩ଟି ଛକା ସହ ୫୩ ରନ ସଂଗ୍ରହ କରିଛନ୍ତି ହିଟମ୍ୟାନ ରୋହିତ ଶର୍ମା । ତେବେ ଏହି ଅର୍ଦ୍ଧଶତକ ସହିତ ସେ ଏକ ରେକର୍ଡ ମଧ୍ୟ ନିଜ ନାମରେ କରିଛନ୍ତି ।

ଏହି ଇନିଂସ ପରେ ବିଶ୍ବକପରେ ସର୍ବାଦିକ ରନ କରିବା ତାଲିକାରେ ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି ରୋହିତ । ଶ୍ରୀଲଙ୍କାର ପୂର୍ବତନ ଷ୍ଟାର ବ୍ୟାଟ୍ସମ୍ୟାନ ତିଳକରତ୍ନେ ଦିଲଶାନଙ୍କୁ ପଛରେ ପକାଇ ସେ ଏହି ରେକର୍ଡ ନିଜ ନାମରେ କରିଛନ୍ତି । ତେବେ ଏହି ତାଲିକାର ଶୀର୍ଷରେ ରହିଛନ୍ତି ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ମାହେଲା ଜୟବର୍ଦ୍ଧନେ । ୨୦୦୭ ମସିହାରୁ ୨୦୧୪ ପର୍ଯ୍ୟନ୍ତ ଖେଳି ସେ ଏକମାତ୍ର ଖେଳାଳି ଭାବେ ୧୦୧୬ ରନ ସଂଗ୍ରହ କରିଛନ୍ତି । ଏହାପରେ ୱେଷ୍ଟଇଣ୍ଡିଜର ପୂର୍ବତନ ଖେଳାଳି କ୍ରିସ ଗେଲ ୯୬୫ ରନ ସହ ଦ୍ୱିତୀୟ ସ୍ଥାନରେ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି । ତେବେ ରୋହିତ ୯୦୪ ରନ ସହ ଏହି ତାଲିକାର ଚତୁର୍ଥ ସ୍ଥାନରେ ପହଞ୍ଚିଛି ।

ସେହିପରି ଟି-୨୦ ବିଶ୍ୱକପର ଏହି ମ୍ୟାଚ ସହ ସେ ଆଉ ଏକ ରେକର୍ଡ ମଧ୍ୟ ହାସଲ କରି ନେଇଛନ୍ତି । ସଂଯୁକ୍ତ ରୂପରେ ବିଶ୍ବକପରେ ସର୍ବାଧିକ ମ୍ୟାଚ ଖେଳିବା ରେକର୍ଡ ନିଜ ନାମରେ କରିଛନ୍ତି ରୋହିତ । ସେ ଟି-୨୦ ବିଶ୍ୱକପରେ ମୋଟ ୩୫ଟି ମ୍ୟାଚ ଖେଳିଛନ୍ତି । ତେବେ ଏହି ତାଲିକାରେ ଦିଲଶାନ ମଧ୍ୟ ୩୫ଟି ବିଶ୍ୱକପ ମ୍ୟାଚ ଖେଳିଛନ୍ତି ।

Get real time updates directly on you device, subscribe now.