fbpx

(Video) Live ମ୍ୟାଚରେ ରାଗିଗଲେ ରୋହିତ! ସୁନ୍ଦରଙ୍କୁ ମାରିବାକୁ ଧାଇଁ ଆସିଲେ… ଡରିଗଲେ ସାଥୀ ଖେଳାଳି

ନୂଆଦିଲ୍ଲୀ: ଆଜି ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ ଖେଳୁଛି ଟିମ ଇଣ୍ଡିଆ । ପ୍ରଥମ ମ୍ୟାଚ ଟାଇ ହେବା ପରେ ଏହି ମ୍ୟାଚ ଜିତି ସିରିଜରେ ଆଗୁଆ ରହିବା ପାଇଁ ଚେଷ୍ଟା ଜାରି ରଖିଛି ରୋହିତ ସେନା । ତେବେ ଏହି ମ୍ୟାଚରେ ଭାରତ ପ୍ରଥମେ ବୋଲିଂ କରୁଥିବା ବେଳେ ଅଧିନାୟକ ରୋହିତ ଶର୍ମାଙ୍କ ରାଗ ଦେଖିବାକୁ ମିଳିଛି । ଷ୍ଟାର ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦରଙ୍କ ଉପରେ ରାଗି ରୋହିତ ତାଙ୍କୁ ମାରିବା ପାଇଁ ଧାଇଁ ଆସିଥିଲେ । ଏହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଗୋଟିଏ ଭୁଲକୁ ବାରମ୍ବାର କରିବା ପରେ ରୋହିତ ରାଗିଯାଇ ସୁନ୍ଦରଙ୍କୁ ମାରିବାକୁ ଗୋଡ଼ାଇଛନ୍ତି ।

ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ୱାଶିଂଟନ୍ ସୁନ୍ଦରଙ୍କ ଉପରେ ତାଙ୍କ ରାଗ ଦେଖାଇଛନ୍ତି । ସୁନ୍ଦର ବୋଲିଂ ସମୟରେ ବାରମ୍ବାର ନିଜ ରନ୍ ଅପ୍ ରେ ଗଡ଼ବଡ଼ କରୁଥିଲେ, ତେଣୁ ବୋଲିଂ କରିବା ବେଳେ ସେ ବାରମ୍ବାର ଅଟକି ଯାଉଥିଲେ । ଶ୍ରୀଲଙ୍କା ଇନିଂସର ୩୩ତମ ଓଭରରେ ସୁନ୍ଦର ୩ ଥର ଏହି ଭୁଲ କରିଥିଲେ । ଏହାପରେ ସ୍ଲିପରେ ଫିଲ୍ଡିଂ କରୁଥିବା ରୋହିତ ଶର୍ମା ତାଙ୍କ ଉପରେ ରାଗିଯାଇଥିଲେ ଏବଂ ସୁନ୍ଦରଙ୍କୁ ବିଧା ମାରିବା ପାଇଁ ତାଙ୍କ ପାଖକୁ ଧାଇଁ ଆସିଥିଲେ । ତେବେ ରୋହିତ ମଜାକିଆ ଅନ୍ଦାଜରେ ଏମିତି କରିଥିବା ଦେଖାଯାଇଛି । ଏହି ଘଟଣା ପରେ ରୋହିତ ଏବଂ ସୁନ୍ଦରଙ୍କ ସହ ସମସ୍ତ ଖେଳାଳି ହସୁଥିବାର ଭିଡିଓରେ ଦେଖିବାକୁ ମିଳିଛି ।

ଲାଇଭ ମ୍ୟାଚରେ ରୋହିତ ଶର୍ମାଙ୍କ ଏହି ମଜାକିଆ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଅନେ ୟୁଜର ବର୍ତ୍ତମାନ ଏହି ଭିଡିଓର ମଜା ନେଉଛନ୍ତି । ଏହାପୂର୍ବରୁ ସିରିଜର ପ୍ରଥମ ମ୍ୟାଚରେ ମଧ୍ୟ ରୋହିତ ଏବଂ ୱାଶିଂଟନ୍ ସୁନ୍ଦରଙ୍କ ମଧ୍ୟରେ ଏକ ଭିଡିଓ ଖୁବ ଭାଇରାଲ ହୋଇଥିଲା । ଲାଇଭ ମ୍ୟାଚରେ ଉଭୟଙ୍କ ମଧ୍ୟରେ ଏକ ଚାଟ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

Get real time updates directly on you device, subscribe now.