fbpx
BSKY
BJD YOUTH SKY
BJD MS SKY

ଖାତା ଖୋଲି ପାରିଲେନି ରୋହିତ; ପ୍ରଥମ ଓଭରରେ ଝଟକା ଦେଲେ ଆଫ୍ରିଦି

ନୂଆଦିଲ୍ଳୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳା ଯାଇଥିବା ସୁପର-୧୨ ମୁକାବିଲାରେ ଭାରତକୁ ପ୍ରାରମ୍ଭିକ ଝଟକା ଦେଇଛନ୍ତି ଶାହିନ ଆଫ୍ରିଦି । ୧୯ ବର୍ଷୀୟ ଶାହିନ ଆଫ୍ରିଦି ପ୍ରଥମ ଓଭରରେ ରୋହିତ ଶର୍ମାଙ୍କୁ ଆଉଟ କରିଥିବା ବେଳେ ତୃତୀୟ ଓଭରରେ ପ୍ୟାଭିଲିୟନ ଫେରିଥିଲେ କେ ଏଲ୍ ରାହୁଲ ।

ପ୍ରଥମ ଓଭରର ଚତୁର୍ଥ ବଲ ରୋହିତ ସାମ୍ନା କରିଥିବା ବେଳେ ୱିକେଟ ସାମ୍ନାରେ ବାନ୍ଧି ପକାଇଥିଲେ ଶାହିନ ଆଫ୍ରିଦି । ନିୟମିତ ଦ୍ରୁତ ଗତି ସହିତ ବୋଲିଂ କରୁଥିବା ଶାହିନ ଏକ ଚମକ୍ରାର ଇନ ସ୍ୱିଙ୍ଗରରେ ରାହୁଲଙ୍କୁ ବୋଲ୍ଡ କରିଥିଲେ । ରୋହିତ ଶର୍ମା ଖାତା ଖୋଲିବାରେ ସକ୍ଷମ ହୋଇ ନଥିବା ବେଳେ ରାହୁଲ ମାତ୍ର ୩ ରନ କରିଥିଲେ ।

Get real time updates directly on you device, subscribe now.