fbpx

ରୋହିତ ଖେଳିବେନି IPL-2023: ସୂର୍ଯ୍ୟକୁମାର ନେବେ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ

ନୂଆଦିଲ୍ଲୀ: ଆଇପିଏଲ-୨୦୨୩ର ୨ ଦିନ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସକୁ ନେଇ ମିଳିଛି ଏକ ବଡ ଖବର । ୫ ଥର ଟ୍ରଫି ହାତେଇଥିବା ମୁମ୍ବାଇ ଏହି ସିଜନରେ କରିପାରେ ଏକ ବଡ ପରିବର୍ତ୍ତନ । ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା ଏହି ସିଜନରେ କେଳି ନପାରନ୍ତି । ତେଣୁ ତାଙ୍କ ସ୍ଥାନରେ ନୂଆ ଅଧିନାୟକ ବାଛିପାରେ ଟିମ ମ୍ୟାନେଜମେଣ୍ଟ । ଏମିତି ଏକ ବଡ ଯୋଜନା କରିଛି ମୁମ୍ବାଇ ଇଣ୍ଡିଆନ୍ସ । କିଏ ହେବେ ଦଳର ଅଧିନାୟକ ?

ଏପ୍ରିଲ ୨ ତାରିଖରେ ଆରସିବି ବିପକ୍ଷରେ ଏହି ସିଜନର ପ୍ରଥମ ମ୍ୟାଚ ଖେଳିବ ମୁମ୍ବାଇ ଇଣ୍ଡିଆନ୍ସ । ତେବେ ଏହାପୂର୍ବରୁ ରୋହିତଙ୍କ କାନ୍ଧରୁ ଅଧିନାୟକ ଭାର ହଟାଇପାରେ ଟିମ ମ୍ୟାନେଜମେଣ୍ଟ । ଦଳକୁ ୫ ଥର ଚମ୍ପିଆନ ବନେଇଥିବା ରୋହିତଙ୍କ ସ୍ଥାନରେ ସୂର୍ଯ୍ୟକୁମାରଙ୍କୁ ମିଳିପାରେ ଅଧିନାୟକ ପଦ । ତେବେ ରୋହିତଙ୍କ ସହ ଆଲୋଚନା କରି ଦଳ ଏହି ନିଷ୍ପତ୍ତି ନେଇଛି । ମୁମ୍ବାଇ ଇଣ୍ଡିଆନ୍ସ ବ୍ୟତୀତ ରୋହିତ ଶର୍ମା ଭାରତୀୟ ଟିମର ମଧ୍ୟ ଅଧିନାୟକ ପଦରେ ରହିଛନ୍ତି । ତେଣୁ ତାଙ୍କୁ ୱାର୍କଲୋଡ କମ୍ କରିବା ପାଇଁ ରୋହିତଙ୍କ ସ୍ଥାନରେ ସୂର୍ଯ୍ୟକୁମାରଙ୍କୁ ଦଳର ନେତୃତ୍ୱ ଦିଆଯାଇପାରେ । ଏହାବ୍ୟତୀତ ରୋହିତ ଶର୍ମା ଏହି ସିଜନରେ ମ୍ୟାଚ ମଧ୍ୟ ନ ଖେଳି ପାରନ୍ତି । ତେବେ ରୋହିତ ଡଗ୍ ଆଉଟରେ ରହି ଦଳକୁ ସପୋର୍ଟ କରିବା ସହ ନିଷ୍ପତ୍ତି ନେବାରେ ସହଯୋଗ କରିବେ ବୋଲି ଜାଣିବାକୁ ମିଳିଛି । ନିୟମିତ ଅଧିନାୟକ ରୋହିତଙ୍କ ତତ୍ତ୍ୱାବଧାନରେ ସୂର୍ଯ୍ୟକୁମାର ଦଳର ନେତୃତ୍ୱ ନେଇପାରନ୍ତି ବୋଲି ଶୁଣିବାକୁ ମିଳିଛି । ଆଗାମୀ ଦିନିକିଆ ବିଶ୍ୱକପକୁ ନଜରରେ ରଖି ଏମିତି ଏକ ନିଷ୍ପତ୍ତି ନେଇଛି ମୁମ୍ବାଇ ଇଣ୍ଡିଆନ୍ସ । ତେଣୁ ଚଳିତବର୍ଷ ସେ ମୁମ୍ବାଇ ଇଣ୍ଡିଆନ୍ସ ତାଫରୁ ମୁକାବିଲା ଚୟନ କରିବା ପରେ ହିଁ ମଇଦାନକୁ ଓହ୍ଲାଇବେ ।

Rohit Sharma's 2011 prediction on Suryakumar Yadav 'accurate', fans stunned  on Twitter | Cricket News

ମୁମ୍ବାଇ ଇଣ୍ଡିଆନ୍ସ ଗତ ସିଜନରେ ନିରାଶଜନକ ପ୍ରଦର୍ଶନ କରିଥିଲା । ଲଗାତାର ୮ଟି ମ୍ୟାଚରେ ପରାଜୟ ପରେ ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ଟୁର୍ଣ୍ଣାମେଣ୍ଟ ଶେଷ କରିଥିଲା ମୁମ୍ବାଇ । ରୋହିତ ଶର୍ମାଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ୫ଥର ଆଇପିଏଲ ଟ୍ରପି ହାତେଇଛି । ୨୦୧୩ ମସିହାରେ ଦଳ ପ୍ରଥମ ଟାଇଟଲ ହାସଲ କରିଥିବା ବେଳେ ୨୦୧୫, ୨୦୧୭, ୨୦୧୯ ଏବଂ ୨୦୨୦ରେ ଦଳ ଚମ୍ପିଆନ ପାଲଟିଥିଲା ।

Get real time updates directly on you device, subscribe now.