fbpx

IPL-2023ରେ ଆଉ ଖେଳିବେନି ରୋହିତ ଶର୍ମା! ପ୍ଲେଅଫ୍ ପୂର୍ବରୁ ମୁମ୍ବାଇକୁ ଲାଗିପାରେ ଝଟକା

ନୂଆଦିଲ୍ଲୀ: ଆଇପିଏଲ-୨୦୩ରେ ପୁଣିଥରେ ନିଜ ଟ୍ରାକକୁ ଫେରିଛି ମୁମ୍ବାଇ ଇଣ୍ଡିଆନ୍ସ । ପ୍ରଥମ ପର୍ଯ୍ୟାୟରେ ବିଫଳ ହେଉଥିବା ଦଳ ବର୍ତ୍ତମାନ ବିଜୟ ଦିଗରେ ବଢି ଚାଲିଛି । କିନ୍ତୁ ଦଳ ପାଇଁ ସବୁଠୁ ବଡ ସମସ୍ୟା ପାଲଟିଛି ଅଧିନାୟକ ରୋହିତ ଶର୍ମାଙ୍କ ଫର୍ମ । ଖରାପ ଫର୍ମ ଯୋଗୁଁ ଲଗାତାର ଫ୍ଲପ ହେଉଛନ୍ତି ହିଟମ୍ୟାନ୍ । ତେଣୁ ଏବେ କଥା ଉଠିଛି ଯେ, ରୋହିତ ବର୍ତ୍ତମାନ ଆଇପିଏଲରୁ ଓହରି ଯାଇ ପାରନ୍ତି । ଭାରତର ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କର ରୋହିତଙ୍କୁ ଏ ନେଇ ପରାମର୍ଶ ଦେଇଛନ୍ତି ।

Senior guys need to step up, starting with me': Rohit Sharma says after  Mumbai Indians' defeat to CSK | Sports News,The Indian Express

ଆସନ୍ତା ମାସରେ ଭାରତ ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମ୍ୟାଚ ଖେଳିବାକୁ ଯାଉଛି । ଏଥିପାଇଁ ଅଧିନାୟକ ରୋହିତ ଶର୍ମାଙ୍କୁ ନିଜ ଫର୍ମ ପାଇଁ ଖୁବ କସରତ କରିବାକୁ ପଡିବ । ତେଣୁ ଆଇପିଏଲରୁ ବ୍ରେକ ନେଇ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରସ୍ତୁତ ହେବା ଉଚିତ ବୋଲି କହିଛନ୍ତି ପୂର୍ବତନ ଖେଳାଳି ସୁନୀଲ ଗାଭାସ୍କର । ଗାଭାସ୍କର କହିଛନ୍ତି ଯେ, ଟି-୨୦ ଲିଗ ରେ ଲଗାତାର ଫ୍ଲପ୍ ହେବା ଦ୍ୱାରା ରୋହିତଙ୍କର ଆତ୍ମବିଶ୍ୱାସ କମ୍ ହୋଇ ଯାଇଥିବ । ତେଣୁ ମୁଁ ଚାହିଁବି କି ରୋହିତ ଆଇପିଏଲରୁ ବ୍ରେକ ନେଇ ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ ପାଇଁ ନିଜକୁ ପ୍ରସ୍ତୁତ କରିବା ଆବଶ୍ୟକ । ତେବେ ସେ ଶେଷ ପର୍ଯ୍ୟାୟରେ ପୁଣିଥରେ କମବ୍ୟାକ କରିପାରନ୍ତି, କିନ୍ତୁ ବର୍ତ୍ତମାନ ସେ ନିଜ ଫର୍ମକୁ ଫେରାଇବାର ଭରପୂର ଚେଷ୍ଟା କରିବା ଆବଶ୍ୟକ ।

Rohit sharma wicket vs CSK | another duck for rohit sharma | csk vs mi  highlights | #ipl2023 - YouTube

ଚଳିତ ସିଜନରେ ରୋହିତ ଶର୍ମା ଏକ ଅଜବ ଏବଂ ଲଜ୍ଜାଜନକ ରେକର୍ଡ କରିଛନ୍ତି । ଆଇପିଏଲରେ ୧୬ ତର ପାଇଁ ରନ୍ କରିବା ପୂର୍ବରୁ ଆଉଟ ହୋଇଛନ୍ତି ରୋହିତ । ତେବେ ସିଜନରେ ରୋହିତ ଶେଷ ୪ଟି ମ୍ୟାଚରେ ମାତ୍ର ୫ ରନ୍ କରିଛନ୍ତି ଅଧିନାୟକ । ଯାହା ତାଙ୍କର ଆତ୍ମବିଶ୍ୱାସକୁ ଦୋହଲାଇ ଦେଇଛି । ସମୁଦାୟ ସିଜନରେ ରୋହିତ ମାତ୍ର ୧୮୪ ରନ କରିଥିବା ବେଳେ ଦଳ ବର୍ତ୍ତମାନ ପ୍ଲେଅଫ୍ ପାଇଁ ସଂଘର୍ଷ କରୁଛି । ତେବେ ରୋହିତ ଯଦି ଆଗକୁ ମଧ୍ୟ ଏହିଭଳି ଫର୍ମ ଦେଇ ଗତି କରନ୍ତି, ତେବେ ଭାରତ ପାଇଁ ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚରେ ମଧ୍ୟ ବଡ ବିପଦ ହୋଇପାରେ ।

Get real time updates directly on you device, subscribe now.