fbpx

ହଟିଲା ସବୁ ସସପେନ୍ସ: ବିରାଟ-ରୋହିତ ଖେଳିବେ ଟି-୨୦ ବିଶ୍ୱକପ ୨୦୨୪!

Advertisement

ନୂଆଦିଲ୍ଲୀ: ସମସ୍ତ କ୍ରୀଡ଼ାପ୍ରେମୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଆସନ୍ତା ଟି-୨୦ ବିଶ୍ୱକପ ୨୦୨୪ ଖେଳିପାରନ୍ତି ଦୁଇ ବରିଷ୍ଠ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲି । ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ ପାଇଁ ଦୁଇ ଖେଳାଳି ଇଚ୍ଛା ପ୍ରକଟ କରିଛନ୍ତି । ବିଶ୍ୱକପ ଖେଳିବା ପାଇଁ ୩୦ ଜଣ ଦାବିଦାର ରହିଥିବା ବେଳେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଦୁଇ ସିନିୟର ଖେଳାଳିଙ୍କ ସହ ଆଲୋଚନା କରି ଏକ ବଡ଼ ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି ।

ଯଦି ଏହି ଦୁଇ ଟପ୍ ବ୍ୟାଟ୍ସମ୍ୟାନ ଆଗାମୀ ବିଶ୍ୱକପରେ ଖେଳନ୍ତି ତେବେ ତାହା ନିଶ୍ଚିତ ଭାବେ ଟିମ୍ ଇଣ୍ଡିଆ ପାଇଁ ଏକ ଖୁସି ଖବର । ଦୁହେଁ ଆଗାମୀ ବିଶ୍ୱକପରେ ଖେଳିବେ କି ନାହିଁ ସେନେଇ ଦୀର୍ଘଦିନ ଧରି ସସପେନ୍ସ ଜାରି ରହିଥିଲା । ମାତ୍ର ଏବେ ଉଚ୍ଚ ଦ୍ୱନ୍ଦ୍ୱ ଉପରୁ ପରଦା ହଟିବାକୁ ଯାଉଛି । ଆସନ୍ତା ଜୁନରେ ହେବାକୁ ଥିବା ଟି-୨୦ ବିଶ୍ୱକପରେ ଖେଳିବାକୁ ଦୁହେଁ ଆଶାୟୀ ରହିଥିବା କହିଛନ୍ତି ।

ଆଫଗାନିସ୍ତାନ ବିପକ୍ଷ ଟି-୨୦ ଟିମ୍ ଚୟନ କରିବା ପୂର୍ବରୁ ଅଗରକରଙ୍କ ନେତୃତ୍ୱାଧୀନ ଚୟନ କମିଟି ଏ ବାବଦରେ ଚୂଡ଼ାନ୍ତ ନିଷ୍ପତ୍ତି ନେବ । ଦୁହେଁ ଟି-୨୦ ବିଶ୍ୱକପରେ ଅଂଶଗ୍ରହଣ କରିବେ ବୋଲି ବିରାଟ-ରୋହିତ ସ୍ପଷ୍ଟ କରିଛନ୍ତି । ବର୍ତ୍ତମାନ ସମୟରେ ଦୁଇ ଚୟନକର୍ତ୍ତା ଶିବ ସୁନ୍ଦର ଦାସ ଓ ସଲିଲ ଅଙ୍କୋଲ ଏବେ ଦକ୍ଷିଣ ଆଫ୍ରିକା ଗସ୍ତରେ ରହିଥିବା ବେଳେ ଦ୍ୱିତୀୟ ଟେଷ୍ଟ ଅବସରରେ ଅଗରକର ସେମାନଙ୍କ ସହ ସାମିଲ ହେବେ । ୨୦୨୨ ମସିହା ନଭେମ୍ବର ମାସ ୧୦ ତାରିଖରେ ଆଡିଲେଡରେ ଇଂଲଣ୍ଡ ବିପକ୍ଷ ଟି-୨୦ ବିଶ୍ୱକପ ସେମିଫାଇନାଲ ପରେ ରୋହିତ ଭାରତ ପାଇଁ କୌଣସି ଟି-୨୦ ମ୍ୟାଚ ଖେଳିନାହାନ୍ତି । ଆଫଗାନିସ୍ତାନ ବିପକ୍ଷ ଟିମ୍ ଘୋଷଣା ପୂର୍ବରୁ ମୁଖ୍ୟ କୋଚ ରାହୁଲ ଦାବିଡ଼, ଦିନିକିଆ ଅଧିନାୟକ ଓ ଷ୍ଟାର ବ୍ୟାଟ୍ସମ୍ୟାନ କୋହଲିଙ୍କ ସହିତ ଚୟନ କମିଟି ଆଲୋଚନା କରିବ ।

Get real time updates directly on you device, subscribe now.