fbpx

ବାଂଲାଦେଶ ଟେଷ୍ଟ ପୂର୍ବରୁ ରୋହିତ ଶର୍ମାଙ୍କ ପ୍ରେସ କନଫ୍ରେନ୍ସ, କହିଲେ କାହିଁକି ଏହା ଗୁରୁତ୍ୱପୂର୍ଣ୍ଣ ସିରିଜ

ନୂଆଦିଲ୍ଲୀ: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦୁଇଟି ମ୍ୟାଚର ଟେଷ୍ଟ ସିରିଜର ଆରମ୍ଭ ୧୯ ସେପ୍ଟେମ୍ବରରୁ ହେଉଛି। ସିରିଜର ପ୍ରଥମ ମୁକାବିଲା ପୂର୍ବରୁ ଭାରତୀୟ ଅଧିନାୟକ ରୋହିତ ଶର୍ମା ପ୍ରେସ କନଫ୍ରେନ୍ସ କରିଛନ୍ତି, ଯେଉଁଥିରେ ସେ ଏହି ସିରିଜର ମହତ୍ତ୍ୱ ବିଷୟରେ ଆଲୋଚନା କରିଛନ୍ତି। ଭାରତୀୟ କ୍ୟାପ୍ଟେନ କହିଛନ୍ତି ଯେ, ପ୍ରତି ମ୍ୟଚ ଆବଶ୍ୟକ ଅଟେ। ଏହା ବ୍ୟତୀତ ସେ କହିଛନ୍ତି ଯେ, ଏହି ସିରିଜ ୱାଲର୍ଡ ଟେଷ୍ଟ ଚାମ୍ପିୟନସିପ ଦୃଷ୍ଟିକୋଣରୁ ଏହା ଗୁରୁତ୍ୱପୂର୍ଣ୍ଣ।

ରୋହିତ ଶର୍ମା ପ୍ରେସ କନଫ୍ରେନ୍ସରେ କହିଛନ୍ତି ଯେ, ଦେଶ ପାଇଁ ଖେଳିବା ପ୍ରତ୍ୟେକ ମ୍ୟାଚ ଗୁରୁତ୍ୱପୂର୍ଣ୍ଣ। ଏହା ଅଷ୍ଟ୍ରେଲିଆ ସିରିଜ ପାଇଁ ଡ୍ରେସ ରିହର୍ସାଲ ନୁହେଁ। ୱାଲର୍ଡ ଟେଷ୍ଟ ଚାମ୍ପିୟନସିପ ପଏଣ୍ଟ ନେବାକୁ ପଡିବ। ସିରିଜକୁ ହାଇ ନୋଟ ଉପରେ ଆରମ୍ଭ କରିବାର ଆବଶ୍ୟକ।

ବୋଲରଙ୍କ ରୋଟେସନକୁ ନେଇ ଭାରତୀୟ କ୍ୟାପ୍ଟେନ କହିଛନ୍ତି ଯେ, ଆମେ ବୋଲରଙ୍କୁରୋଟେଡ କରିବୁ। ଆମେ ଏହି କଥାକୁ ମାଇଣ୍ଡରେ ରଖିବୁ। ଆମେ ଚାହୁଁଛୁ ଯେ, ଆପଣଙ୍କ ସବୁଠୁ ଭଲ ଖେଳାଳି ପ୍ରତି ମ୍ୟାଚ ଖେଳୁ। ହେଲେ ଏହା ସର୍ବଦା ହୁଏ ନାହିଁ।

Get real time updates directly on you device, subscribe now.