fbpx

କମବ୍ୟାକ ସିରିଜରେ ଇତିହାସ ରଚିବେ ରୋହିତ: ଟାର୍ଗେଟରେ ବିରାଟ-ଧୋନୀଙ୍କ ରେକର୍ଡ

Advertisement

ନୂଆଦିଲ୍ଲୀ: ଦୀର୍ଘ ବର୍ଷେ ପରେ ଟିମ ଇଣ୍ଡିଆକୁ କମବ୍ୟାକ କରିବାକୁ ଯାଉଛନ୍ତି ଅଧିନାୟକ ରୋହତ ଶର୍ମା । ଆଫଗାନିସ୍ତାନ ବିପକ୍ଷ ସିରିଜରେ ଦଳକୁ କମବ୍ୟାକ କରିବା ସହ ଅଧିନାୟକ ପଦ ମଧ୍ୟ ସେ ନିଜ ହାତକୁ ନେଇଛନ୍ତି । କ୍ରିକେଟ ଦୁନିଆରେ ହିଟମ୍ୟାନ ପରିଚୟ ପାଇଥିବା ରୋହିତ କମବ୍ୟାକ ସିରିଜରେ ହିଁ ୪ଟି ବଡ଼ ରେକର୍ଡ ନିଜ ନାମରେ କରିପାରନ୍ତି । ଏହି ତାଲିକାରେ କ୍ୟାପଟେନ୍ କୁଲ ମାହି ଏବଂ ବିରାଟ କୋହଲିଙ୍କୁ ପଛରେ ପକାଇ ଦେଇପାରନ୍ତି ରୋହିତ । ଆଫଗାନିସ୍ତାନ ମଧ୍ୟ ୟୁଏଇକୁ ମାତ୍ ଦେଇ ଭାରତ ବିପକ୍ଷରେ ଖେଳିବ ପ୍ରଥମ ଟି-୨୦ ଦ୍ୱିପାକ୍ଷିକ ସିରିଜ । ତେବେ ଏହି ଐତିହାସିକ ସିରିଜରେ ରୋହିତ ନୂଆ ଇତିହାସ ସୃଷ୍ଟି କରିପାରନ୍ତି ।

ଆଫଗାନିସ୍ତାନ ବିପକ୍ଷ ଏହି ଘରୋଇ ଟି-୨୦ ସିରିଜରେ ରୋହିତ ସବୁଠାରୁ ସଫଳ ଅଧିନାୟକ ହୋଇପାରନ୍ତି । ଅଧିନାୟକ ରୋହିତଙ୍କ ନେତୃତ୍ୱରେ ଭାରତ ୫୧ଟି ମ୍ୟାଚରୁ ୩୯ ମ୍ୟାଚରେ ବିଜୟୀ ହୋଇଛି । ତେବେ ଏହି ତାଲିକାରେ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ଏମ.ଏସ ଧୋନୀ ଶୀର୍ଷରେ ରହିଛନ୍ତି । ମାହିଙ୍କ ନେତୃତ୍ୱରେ ଭାରତ ୭୨ଟି ମ୍ୟାଚରୁ ୪୧ ମ୍ୟାଚରେ ବିଜୟଲାଭ କରିଛି । ତେବେ ଆଫଗାନିସ୍ତାନ ବିପକ୍ଷ ୩ଟି ଟି-୨୦ ମ୍ୟାଚରେ ରୋହିତ ସମସ୍ତ ମ୍ୟାଚ ଜିତିଲେ ଧୋନୀଙ୍କୁ ଏହି ତାଲିକାରେ ପଛରେ ପକାଇ ପାରନ୍ତି ।

ସେହିପରି ଅଧିନାୟକ ଭାବରେ ସର୍ବାଧିକ ରନ୍ କରିବା ତାଲିକାରେ ମଧ୍ୟ ଏକ ନୂଆ ରେକର୍ଡ କରିପାରନ୍ତି ହିଟମ୍ୟାନ ରୋହିତ । ବର୍ତ୍ତମାନ ସୁଦ୍ଧା ଟି-୨୦ରେ ବିରାଟ କୋହଲି ସର୍ବାଧିକ ରନ୍ କରିଥିବା ଅଧିନାୟକ ତାଲିକାରେ ଶୀର୍ଷରେ ରହିଛନ୍ତି । ୫୦ଟି ମ୍ୟାଚରୁ ୧୫୭୦ ରନ୍ କରି ଏହି ତାଲିକାର ଶୀର୍ଷରେ ରହିଛନ୍ତି ଅଧିନାୟକ କୋହଲି । ତେବେ ୫୧ଟି ମ୍ୟାଚ ଖେଳି ସାରିଥିବା ରୋହିତ ବର୍ତ୍ତମାନ ପର୍ଯ୍ୟନ୍ତ ୧୫୭ ରନ୍ କରି ସାରିଛନ୍ତି । ଆଫଗାନିସ୍ତାନ ବିପକ୍ଷରେ ୪୪ ରନ୍ କରିପାରିଲେ ସେ ବିରାଟଙ୍କୁ ଅତିକ୍ରମ କରି ତାଲିକାର ପ୍ରଥମ ସ୍ଥାନ ଅଧିକାର କରିପାରନ୍ତି । ସେହିପରି ରୋହିତ ବର୍ତ୍ତମାନ ପର୍ଯ୍ୟନ୍ତ ୧୪୮ଟି ଟି-୨୦ ଖେଳି ସାରିଥିବା ବେଳେ ଇନ୍ଦୋରରେ ୧୫୦ଟି-୨୦ ମ୍ୟାଚ ଖେଳିବେ । ଏହି ଉପଲବ୍ଧି ହାସଲ କରିବାରେ ବିଶ୍ୱର ପ୍ରଥମ ପୁରୁଷ କ୍ରିକେଟର ଭାବରେ ଇତିହାସ ସୃଷ୍ଟି କରିପାରନ୍ତି ରୋହିତ ।

ଏହାବ୍ୟତୀତ ଛକା ମାରିବା ତାଲିକାରେ ମଧ୍ୟ ଏକ ବିରାଟ ରେକର୍ଡ ସେ ନିଜ ନାମରେ କରିପାରନ୍ତି । ଇଣ୍ଟରନେସନାଲ କ୍ରିକେଟରେ ୫୮୨ ଛକା ମାରିଛନ୍ତି ରୋହିତ, ଆଫଗାନିସ୍ତାନ ବିପକ୍ଷ ସିରିଜରେ ୧୮ଟି ଛକା ମାରିପାରିଲେ ରୋହିତ କ୍ରିକେଟରେ ୬୦୦ ଛକା ମାରିବାର ରେକର୍ଡ ହାସଲ କରିପାରିବେ । ଏଭଳି କରିବାରେ ମଧ୍ୟ ସେ ବିଶ୍ୱର ପ୍ରଥମ କ୍ରିକେଟର ହୋଇପାରିବେ । ରୋହିତ ୪୬୪ ଅନ୍ତର୍ଜାତୀୟ ମ୍ୟାଚରୁ ୫୮୨ଟି ଛକା ମାରି ସାରିଥିବା ବେଳେ ୫୫୩ଟି ଛକା ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ୟୁନିଭର୍ସ ବସ୍ କ୍ରିସ ଗେଲ୍ ।

Get real time updates directly on you device, subscribe now.