fbpx

Breaking News; କ୍ରିକେଟ ପ୍ରେମୀଙ୍କୁ ଦୀପାବଳି ଭେଟି ଦେଲେ ରୋହିତ-ବିରାଟ: କୋହଲି, ଗିଲ୍, ସୂର୍ଯ୍ୟକୁମାରଙ୍କ ବୋଲିଂ

ନୂଆଦିଲ୍ଲୀ: ବିଶ୍ୱକପର ଶେଷ ଲିଗ୍ ମ୍ୟାଚରେ ଭାରତୀୟ ଫ୍ୟାନ୍ସମାନଙ୍କୁ ଦୀପଳବିର ଉପହାର ଦେଇଛନ୍ତି ଅଧିନାୟକ ରୋହିତ ଶର୍ମା । ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କୁ ବୋଲିଂ ଦେଇ କ୍ରିକେଟପ୍ରେମୀଙ୍କ ପାଇଁ ଭେଟି ଦେଇଛି ଟିମ ଇଣ୍ଡିଆ । ତେବେ ଏହି ମ୍ୟାଚରେ ବିରାଟ କୋହଲି ମଧ୍ୟ ପ୍ରଶଂସକଙ୍କୁ ଏକ ବିରାଟ ସରପ୍ରାଇଜ ଦେଇଛନ୍ତି । ନେଦରଲାଣ୍ଡର ଅଧିନାୟକ ସ୍କଟ୍ ଏଡୱାର୍ଡସଙ୍କୁ ପାଭିଲିୟନର ରାସ୍ତା ଦେଖାଇ କ୍ୟାରିୟରର ପଞ୍ଚମ ୱିକେଟ ହାସଲ କରିଛନ୍ତି କିଙ୍ଗ କୋହଲି । ତେବେ ବିରାଟଙ୍କ ବୋଲିଂ ଦେଖିବା ପରେ ସମ୍ପୂର୍ଣ୍ଣ ଷ୍ଟାଡିୟମରେ ଖୁବ ଚିଅର୍ କରିଛନ୍ତି ଦର୍ଶକ ।

ନେଦରଲାଣ୍ଡ ବିପକ୍ଷରେ ରୋହିତ ଶର୍ମା ଏକ ‘ବିରାଟ’ ନିଷ୍ପତ୍ତି ନେଇଛନ୍ତି । ବିଶ୍ୱକପ-୨୦୨୩ର ସର୍ବଶେଷ୍ଠ ବ୍ୟାଟ୍ସମ୍ୟାନଙ୍କୁ ବୋଲିଂ ପାଇଁ ଆମନ୍ତ୍ରଣ କରି ଫ୍ୟାନ୍ସମାନଙ୍କୁ ଦେଇଛନ୍ତି ଦୀପାବଳିର ସ୍ପେଶାଲ ଗିଫ୍ଟ । ଟିମ ଇଣ୍ଡିଆର କିଙ୍ଗ କୋହଲି ଚଳିତ ବିଶ୍ୱକପରେ ଦ୍ୱିତୀୟ ଥର ପାଇଁ ବୋଲିଂ କରିବାର ବଡ଼ ଦାୟିତ୍ୱ ନେବା ପରେ କ୍ରିକେଟପ୍ରେମୀଙ୍କ ଖୁସି କହିଲେ ନସରେ । ତେବେ ରୋହିତଙ୍କ ନିଷ୍ପତ୍ତିକୁ ସଫଳ କରି ଦେଖାଇଛନ୍ତି କିଙ୍ଗ କୋହଲି । ଦିନିକିଆ କ୍ରିକେଟରେ ୯ ବର୍ଷ ପରେ ୱିକେଟ ହାସଲ କରିଛନ୍ତି ଟିମ ଇଣ୍ଡିଆର କିଙ୍ଗ କୋହଲି । ୨୦୧୪ ପରେ ପ୍ରଥମ ୱିକେଟ ଭାବରେ ନେଦରଲାଣ୍ଡର ଅଧିନାୟକଙ୍କ ୱିକେଟ ନିଜ ନାମରେ କରିଛନ୍ତି ବିରାଟ । ଶେଷ ଥର ପାଇଁ ୨୦୧୪ ମସିହାରେ ବ୍ରେଣ୍ଡନ ମ୍ୟାକୁଲମଙ୍କୁ ଶିକାର କରିଥିଲେ ବିରାଟ । ତେବେ ୯ ବର୍ଷ ପରେ ନିଜର ପଞ୍ଚମ ୱିକେଟ ହାସଲ କରିଛନ୍ତି କିଙ୍ଗ ବିରାଟ ।

ତେବେ ନେଦରଲାଣ୍ଡ ବିପକ୍ଷରେ କେବଳ ବିରାଟ ନୁହେଁ, ଶୁଭମନ ଗିଲ୍ ଏବଂ ସୂର୍ଯ୍ୟକୁମାର ଯାଦବଙ୍କୁ ମଧ୍ୟ ବୋଲିଂ କରାଇଛନ୍ତି ଅଧିନାୟକ ରୋହିତ । ବିରାଟ କୋହଲି ସଫଳତା ହାସଲ କରିତିବା ବେଳେ ଗିଲ୍ ଏବଂ ସୂର୍ଯ୍ୟକୁମାର ବର୍ତ୍ତମାନ ପର୍ଯ୍ୟନ୍ତ ଖାଲି ହାତର ରହିଛନ୍ତି । ତେବେ ନ୍ୟୁଜିଲାଣ୍ଡ ବିପକ୍ଷ ସେମି ଫାଇନାଲ ପାଇଁ ଏହା ରୋହିତଙ୍କର ନୂଆ ରଣନୀତି ବୋଲି କୁହାଯାଇ ପାରେ । କାରଣ ନ୍ୟୁଜିଲାଣ୍ଡ ଶକ୍ତିଶାଳୀ ବ୍ୟାଟିଂ ସହ ସେମିରେ ଓହ୍ଲାଉଥିବା ବେଳେ ଭାରତର ଷଷ୍ଠ ବୋଲର ଅଭାବ ଲାଗି ରହିଛି । ତେଣୁ ଏମାନଙ୍କ ମଧ୍ୟରୁ କେହି ଜଣେ ନ୍ୟୁଜିଲାଣ୍ଡ ବିପକ୍ଷ ସେମି ଫାଇନାଲ ଭଳି ବଡ଼ ମ୍ୟାଚରେ ଷଷ୍ଠ ବୋଲରର ଭୂମିକା ନେଇପାରନ୍ତି ।

Get real time updates directly on you device, subscribe now.