fbpx

ଧୋନୀଙ୍କ ସହ ବରାବରୀ କରିବେ ରୋହିତ: ବ୍ୟାକଫୁଟରେ ପଡିପାରନ୍ତି ବାବର, ଆଫ୍ରିଦି ଓ ଇଞ୍ଜାମାମ୍

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ନେତୃତ୍ୱ ଭାର ସମ୍ଭାଳିବା ପରେ ଏ ପର୍ଯ୍ୟନ୍ତ କୌଣସି ସିରିଜରେ ହାରିନାହାନ୍ତି ରୋହିତ ଶର୍ମା । ଏଥିମଧ୍ୟରେ ଟି-୨୦ ଏସିଆ କପରେ ମଧ୍ୟ ସମାନ ପ୍ରଦର୍ଶନ ଆଶା ରଖିଛନ୍ତି କୋଟି କୋଟି ଭାରତୀୟ । ତାଙ୍କ ନେତୃତ୍ୱରେ ଦଳ ଦ୍ୱିପାକ୍ଷିକ ସିରିଜ ଭଳି ଏସିଆ କପ୍ ଉପରେ ମଧ୍ୟ କବଜା କରିବ ବୋଲି ସମସ୍ତଙ୍କର ବିଶ୍ୱାସ ରହିଛି । ତେବେଏମିତି ହେଲେ ରୋହିତ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ରେକର୍ଡ ସହ ସମକକ୍ଷ ହୋଇପାରିବେ । ଏହାବ୍ୟତୀତ ପାକିସ୍ତାନର ୩ ଅଧିନାୟକଙ୍କୁ ମଧ୍ୟ ପଛରେ ପକାଇବାର ଯଥେଷ୍ଟ ସମ୍ଭାବନା ରହିଛି ।

ଅଧିନାୟକ ଭାବରେ ରୋହିତ ଏସିଆ କପରେ ମୋଟ ୫ଟି ମ୍ୟାଚରେ ବିଜୟୀ ହୋଇଛନ୍ତି । କିନ୍ତୁ ଚଳିତ ଥର ସେ ୧୦ରୁ ଅଧିକ ମ୍ୟାଚ ଜିତିତିବା ତାଲିକାରେ ଦ୍ୱିତୀୟ ଅଧିନାୟକ ପାଲଟିପାରିନ୍ତି । ଗୃପ ରାଉଣ୍ଡରେ ୨ଟି ମ୍ୟାଚ ଖେଳିବା ସହିତ ସୁପର-୪ରେ ୩ ଏବଂ ଫାଇନାଲରେ ଖେଳିପାରେ ଟିମ ଇଣ୍ଡିଆ । ତେବେ ଏହି ତାଲିକାରେ କେବଳ ଏମ.ଏସ ଧୋନୀ ହିଁ ୧୦ ବା ୧୦ରୁ ଅଧିକ ମ୍ୟାଚରେ ବିଜୟ ହାସଲ କରି ପାରିଛନ୍ତି । ଏସିଆ କପରେ ମୋଟ ୧୯ଟି ମ୍ୟାଚ ଖେଳିଛନ୍ତି ଧୋନୀ । ତେବେ ଏଥିରୁ ୧୪ଟି ମ୍ୟାଚରେ ବିଜୟ ହୋଇଥିବା ବେଳେ ୪ଟି ମ୍ୟାଚ ହାତଛଡା କରିଛନ୍ତି କ୍ୟାପଟେନ କୁଲ । ତେବେ ରୋହିତ ୫ଟି ମ୍ୟାଚ ଖେଳି ସବୁଥିରେ ବିଜୟୀ ହୋଇଛନ୍ତି ।

ତେବେ ପାକିସ୍ତାନର ଅଧିନାୟକ ବାବର ଆଜମ ପ୍ରଥମ ଥର ପାଇଁ ଏସିଆ କପରେ ଦଳର ନେତୃତ୍ୱ ନେଉଛନ୍ତି । କିନ୍ତୁ ଏସିଆ କପରେ ଦଳର ପୂର୍ବତନ ଅଧିନାୟକ ମିସବାହ-ଉଲ-ହକ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି । ମୋଟ ୧୦ଟି ମ୍ୟାଚ ଖେଳି ୭ଟି ମ୍ୟାଚରେ ସେ ନିଜ କବଜା କରିଥିବା ବେଳେ ମୋଇନ ଖାନ ୬ ଏବଂ ଇଞ୍ଜାମାମ୍ ଉଲ-ହକ ୪ ଓ ଶାହିଦ ଆଫ୍ରିଦି ଅଧିନାୟକ ଭାବରେ ୩ଟି ମ୍ୟାଚ ହିଁ ଜିତି ପାରିଛନ୍ତି ।
ଆସନ୍ତା ଅଗଷ୍ଟ ୨୭ ତାରିଖରୁ ଏସିଆ କପ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଯାଉଥିବା ବେଳେ ୨୮ ତାରିଖରେ ମୁହାଁମୁହିଁ ହେବେ ଚିର ପ୍ରତିଦ୍ୱନ୍ଦୀ ଭାରତ ଏବଂ ପାକିସ୍ତାନ ।

Get real time updates directly on you device, subscribe now.