fbpx

IND vs BAN; ରୋହିତ ଲେଖିବେ ନୂଆ ଇତିହାସ! ପ୍ରଥମ ଭାରତୀୟ ଭାବରେ କରିବେ ଏହି କାରନାମା

ନୂଆଦିଲ୍ଲୀ: ଲମ୍ବା ବ୍ରେକ ପରେ ପୁଣିଥରେ ମଇଦାନକୁ ଫେରିବାକୁ ପ୍ରସ୍ତୁତ ହେଉଛି ଟିମ ଇଣ୍ଡିଆ । ସେପ୍ଟେମ୍ବର ୧୯ ତାରିଖରୁ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ କମବ୍ୟାକ କରିବ ରୋହିତ ସେନା । ତେବେ ଏଥିପାଇଁ ଖୁବଶୀଘ୍ର ଭାରତୀୟ ଦଳ ଚୟନ କରାଯିବ । ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଫାଇନାଲରେ ପହଞ୍ଚିବା ପାଇଁ ଟିମ ଇଣ୍ଡିଆକୁ ବାଂଲାଦେଶ ବିପକ୍ଷ ସିରିଜରେ ଦମଦାର ପ୍ରଦର୍ଶନ କରିବାକୁ ହେବ । ତେବେ ବାଂଲାଦେଶ ବିପକ୍ଷ ଏହି ସିରିଜରେ ଭାରତର ଅଧିନାୟକ ରୋହିତ ଶର୍ମା ଏକ ବଡ଼ ରେକର୍ଡ ନିଜ ନାମରେ କରିପାରନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଭାରତୀୟ ଭାବରେ ବଡ଼ କାରନାମା କରିବାର ସୁବର୍ଣ୍ଣ ସୁଯୋଗ ପାଇବେ ହିଟମ୍ୟାନ୍ ରୋହିତ ।

ବାଂଲାଦେଶ ବିପକ୍ଷ ସିରିଜରେ ଯଦି ରୋହିତ ଶତକ ହାସଲ କରିପାରିବେ, ତେବେ ତାଙ୍କ ନାମରେ ଏକ ବଡ଼ ଇତିହାସ ସାମିଲ କରିପାରନ୍ତି । ମାତ୍ର ଗୋଟି ଶତକ ହାସଲ କରିପାରିଲେ ବିଶ୍ୱ ଟେଷ୍ଟ ଚମ୍ପିଆନସିପରେ ସର୍ବାଧିକ ଶତକ ହାସଲ କାରୀ ଷ୍ଟିଭ ସ୍ମିଥଙ୍କୁ ପଛରେ ପକାଇପାରିବେ ରୋହିତ । ରୋହିତ ବର୍ତ୍ତମାନ ସୁଦ୍ଧା ବିଶ୍ୱ ଟେଷ୍ଟ ଚମ୍ପିଆନସିପରେ ମୋଟ ୯ଟି ଶତକ ହାସଲ କରିଛନ୍ତି । ତେବେ ଆଉ ଗୋଟିଏ ଶତକ ହାସଲ କରିପାରିଲେ ଦଶଢ଼ ଶତକ ସହ ଭାରତର ପ୍ରଥମ କ୍ରିକେଟର ଭାବରେ ୧୦ଟି ଶତକ ହାସଲ କରିପାରନ୍ତି ରୋହିତ ଶର୍ମା । ବର୍ତ୍ତମାନ ବିଶ୍ୱ ଟେଷ୍ଟ ଚମ୍ପିଆନସିପରେ ସର୍ବାଧିକ ୧୬ଟି ଶତକ ହାସଲ କରିଛନ୍ତି ଇଂଲଣ୍ଡର ଷ୍ଟାର କ୍ରିକେଟର ଜୋ ରୁଟ । ଏହାପରେ ମାର୍ନସ ଲାବୁସେନ୍ ୧୧ ଏବଂ କେନ୍ ୱିଲିୟମସନ୍ ୧୦ଟି ଶତକ ହାସଲ କରିଛନ୍ତି ।

ତେବେ ଭାରତୀୟ ଖେଳାଳିଙ୍କ ମଧ୍ୟରେ ବିଶ୍ୱ ଟେଷ୍ଟ ଚମ୍ପିଆନସିପରେ ସର୍ବାଧିକ ଶତକ ମାରିବା ତାଲିକାରେ ଏବେ ମଧ୍ୟ ରୋହିତ ଶୀର୍ଷରେ ରହିଛନ୍ତି । ଏହାପରେ ୪ଟି ଲେଖାଏଁ ଶତକ ହାସଲ କରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି ମୟଙ୍କ ଅଗ୍ରୱାଲ ଏବଂ ବିରାଟ କୋହଲି । ତେବେ ବାଂଲାଦେଶ ବିପକ୍ଷ ସିରିଜ ରୋହିତ ଶର୍ମାଙ୍କ ପାଇଁ ଏକ ବଡ଼ ସୁଯୋଗ ଦେଇପାରିବ । ସିରିଜର ପ୍ରଥମ ମ୍ୟାଚ୍ ସେପ୍ଟେମ୍ବର ୧୯ ତାରିଖରେ ଖେଳାଯିବାକୁ ଥିବା ବେଳେ ଦ୍ୱିତୀୟ ମ୍ୟାଚ୍ ସେପ୍ଟେମ୍ବର ୨୭ ତାରିଖରେ ଖେଳାଯିବ ।

Get real time updates directly on you device, subscribe now.