fbpx
BSKY SKY
BSKY SKY

ରୋପୱେ ବାତିଲ : ୧୨ ଘଣ୍ଟିଆ ବନ୍ଦ ଖପ୍ରାଖୋଲ

BSKY

ପାଟଣାଗଡ: ଆଜି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ୧୨ ଘଣ୍ଟିଆ ବନ୍ଦ ରହିବ । ହରିଶଙ୍କର- ନୃସିଂହନାଥ ପ୍ରସ୍ତାବିତ ରୋପୱେ ବାତିଲ ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯାଇଛି । କୋଶଲ ସଂଘର୍ଷ ବାହିନୀ ପକ୍ଷରୁ ସକାଳ ୬ ଟା ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯିବ । ଏହି ସମୟରେ ଦୋକାନ ବଜାର ବନ୍ଦ ରହିବା ସହ ସ୍କୁଲ, କଲେଜ ମଧ୍ୟ ବନ୍ଦ ରହିବ ।

ଏ ତତ ବ୍ୟତୀତ ଗାଡିମଟର ଚଳାଚଳ ମଧ୍ୟ ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିଛି । ଯହାଫଳରେ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଜଣା ପଡିଛି । ତେବେ ଆଜିର ଏହି ବନ୍ଦ ଡାକରା ସଫଳ କରିବା ପାଇଁ କୋଶଲ ସଂଘର୍ଷ ବାହିନୀ ବିଭିନ୍ନ ପ୍ରକାର ପ୍ରୟାସ ଜାରି ରହିଛି ।

Get real time updates directly on you device, subscribe now.